ଅଭିନେତ୍ରୀ ବୈଶାଳୀ ଶର୍ମା ଆତ୍ମହତ୍ୟା ମାମଲା: ପୂର୍ବ ବୟଫ୍ରେଣ୍ଡ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ:  ଟିଭି ଅଭିନେତ୍ରୀ ବୈଶାଳୀ ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୂର୍ବତନ ବୟ ଫ୍ରେଣ୍ଡ ରାହୁଲ ନାଭଲାନୀ ବିରୋଧରେ ମାମଲା ରୁଜୁ ହୋଇଛି। ବୈଶାଳୀ ପୂର୍ବରୁ ତାଙ୍କ ସହିତ ସମ୍ପର୍କ ରଖିଥିବା ବେଳେ ଉକ୍ତ ଘଟଣାକୁ ନେଇ ରାହୁଲ ସବୁବେଳେ ତାଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ। ଏମିତିକି ବୈଶାଳୀଙ୍କର ବିବାହ ହେବାକୁ ମଧ୍ୟ ଦେଉନଥିଲେ।

ଏଥିରେ ଅତିଷ୍ଟ ହୋଇ ଟିଭି ଅଭିନେତ୍ରୀ ବୈଶାଳୀ ଟାକ୍କର ଅକ୍ଟୋବର ୧୫ ତାରିଖରେ ଆତ୍ମହତ୍ୟା କରିଥିଲେ। ତେବେ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍‌ରେ ଏସବୁ ଘଟଣା ବିଷୟରେ ଲେଖିଯାଇଥିଲେ ବୈଶାଳୀ। ଯାହାକୁ ଆଧାର କରି ତାଙ୍କ ପୁରୁଷ ବନ୍ଧୁ ରାହୁଲ ନାଭାଲଙ୍କ ବିରୋଧରେ ମାମଲା ହୋଇଛି।

ହିନ୍ଦୀ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ  ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ବୈଶାଳୀ । ହେଲେ ଅକ୍ଟୋବର ୧୮ ତାରିଖରେ ତାଙ୍କର ଆତ୍ମହତ୍ୟାର ଖବର ଟିଭି ଧାରାବାହିକ ଜଗତ ସ୍ତବ୍ଧ କରିଦେଇଥିଲା।

ବୈଶାଳୀଙ୍କ ଆତ୍ମହତ୍ୟା ମାମଲାରେ ପଡ଼ୋଶୀ ଓ ପୁରୁଷ ବନ୍ଧୁ ରାହୁଲ ଓ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ବି ମାମଲା ହୋଇଛି। ତେବେ ରାହୁଲ କିନ୍ତୁ ଏବେ ବି ଫେରାର୍ ଅଛନ୍ତି ବୋଲି ପୁଲିସ କହିଛି। ବୈଶାଳୀଙ୍କ ପରିବାରର ସୂଚନା ଅନୁସାରେ, ଅଭିନେତ୍ରୀଙ୍କ ବାହାଘର ଯେଉଁଠି ଠିକ୍ ହେଉଥିଲା ରାହୁଲ ସେଇ  ପୁଅ ପାଖକୁ ବୈଶାଳୀଙ୍କୁ ଭିଡିଓ ଓ ଫଟୋ ଶେୟାର କରିଦେଉଥିଲେ।

ରାହୁଲ ବୈଶାଳୀଙ୍କ ବିରୋଧରେ ନାନା ଗୁଜବ କରୁଥିଲେ। ଫଳରେ ବୈଶାଳୀ ବାରମ୍ବାର ବଦନାମ ହେଉଥିଲେ ଓ ବାହା ହେଇପାରୁ ନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସବୁବେଳେ ବ୍ଲାକ୍‌ମେଲ୍ ହେବା କାରଣକୁ ବୈଶାଳୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Related Articles

Back to top button