ଟି-୨୦ ବିଶ୍ଵ କପ୍‌: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପ୍‌ ୨୦୨୨ର ଅଫିସିଆଲ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଛି। ପୁଣି ବ୍ରିସବେନର ସେହି ପଡିଆରେ ଇଂଲଣ୍ଡ ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ୧୯-୧୯ ଓଭର ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୮ ଓ୍ଵିକେଟ୍ ବିନିମୟରେ ୧୬୦ ରନ କରିଥିଲା। ମାସୁଦ ସର୍ବାଧିକ ୩୯ ରନ କରିଥିଲେ। ମହମ୍ମଦ ଓ୍ଵାସିମ ଜୁନିୟର ୨୬ ଏବଂ ଇଫତିକାର ଅହମ୍ମଦ ୨୨ ରନ କରିଥିଲେ। ଜବାବରେ ଇଂଲଣ୍ଡ ୧୪.୪ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୧ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ହାରି ବ୍ରୁକ ୪୫ ରନର ବିସ୍ଫୋରକ ଇନିଂସ ଖେଳି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାମ କୁରନ ମାତ୍ର ୧୪ ବଲ୍‌ରୁ ୩୩ ରନ ଇନିଂସ ଖେଳିଛନ୍ତି। ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ଆଜିର ଓ୍ଵାର୍ମଅପ୍ ମ୍ୟାଚ୍ ଖେଳି ନାହାନ୍ତି।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ପକ୍ଷରୁ ପ୍ରତ୍ୟେକ ବ୍ୟାଟସମ୍ୟାନଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ କେହି ବଡ ସ୍କୋର ଖେଳିବାରେ ବିଫଳ ହୋଇଥିଲେ। ଶେଷ ଆଡକୁ ମହମ୍ମଦ ଓ୍ଵାସିମ ୨୬ ରନ ଧୂଆଁଧାର ବ୍ୟାଟିଂ କରିଥିଲେ ଏବଂ ପାକିସ୍ତାନର ଇନିଂସକୁ ୧୬୦ ରନରେ ପହଞ୍ଚାଇଥିଲେ। ଜବାବରେ ଇଂଲଣ୍ଡ ୧୫ ଓଭର ଭିତରେ ହିଁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଇଂଲଣ୍ଡ ପକ୍ଷରୁ ୨୪ ବଲ୍‌ରେ ୪୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୨ ଚୌକା ଏବଂ ୪ ଛକା ସାମିଲ୍। ସାମ କୁରନ ମଧ୍ୟ ମାତ୍ର ୧୪ ବଲ୍‌ରୁ ୩୩ ରନ କରି ଦଳକୁ ବିଜୟୀ କରାଇଛନ୍ତି।

ପାକିସ୍ତାନ ପାଇଁ ଏହି ମ୍ୟାଚ୍‌ରେ ସବୁଠୁ ବଡ କଥା ହେଉଛି ଆହତ ସମସ୍ୟାରୁ ମୁକୁଳି ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜୁଲାଇ ପରେ ଶାହିନ କୌଣସି ମ୍ୟାଚ୍ ଖେଳିନଥିଲେ। ସେ ଆଜିର ମୁକାବିଲାରେ ୨ ଓଭର ଫିଙ୍ଗି ମାତ୍ର ୭ ରନ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ମହମ୍ମଦ ଓ୍ଵାସିମ ୨.୪ ଓଭରରେ ୧୬ ରନ ଦେଇ ୨ ସଫଳତା ପାଇଛନ୍ତି।

Related Articles

Back to top button