ଆସନ୍ତାକାଲି ମୁମ୍ବାଇରେ ଓଡ଼ିଶା ଭବନର ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଯାଇଛନ୍ତି। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଭବନର ସମ୍ପ୍ରସାରଣ ଲାଗି ଆସନ୍ତାକାଲି ଶିଳାନ୍ୟାସ କରିବେ। ଶିଳାନ୍ୟାସ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ପ୍ରାୟ ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହା ଦ୍ୱିତୀୟ ମୁମ୍ବାଇ ଗସ୍ତ। ସେପ୍ଟେମ୍ବର ମାସରେ ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଆୟୋଜନ ହୋଇଥିଲା। ଯେଉଁଠି ନବୀନ, ଏକାଧିକ ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିଥିଲେ।

୩ ଦିନିଆ ମୁମ୍ବାଇ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ବ୍ୟାଙ୍କର୍ସଙ୍କୁ ମଧ୍ୟ ଭେଟିଥିଲେ। ଭୁବନେଶ୍ୱର ଫେରିବା ପୂର୍ବରୁ ନବୀନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଓପନିଂ ବେଲ୍ ବଜାଇଥିଲେ।

Related Articles

Back to top button