ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର

ଭଦ୍ରକ: ଧାମନଗର ଉପନିର୍ବାଚନ ରାଜନୈତିକ ମାହୋଲ ସରଗରମ ହୋଇଛି। ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର ଧରିଛି। ସମସ୍ତ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଷ୍ଟାର ପ୍ରଚାରକଙ୍କ ସହ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି। ବିଜେଡି ଧାମନଗର ବ୍ଲକ ବୟଙ୍ଗଡ଼ିହିରେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା କରିଛି। ଏହି ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀନି ଅବନ୍ତି ଦାସ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁନା ଖାଁ, ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟ ପଟେ ପ୍ରଚାରରେ କଂଗ୍ରେସ ଏବେ ମଧ୍ୟ ପଛରେ ରହିଛି। ତାର ବ୍ୟାନର ପୋଷ୍ଟର ଦେଖିବାକୁ ମିଳୁନାହିଁ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠି କହିଛନ୍ତିଯେ ଲୋକଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ଓ ସେ ଏଥର ଭଲ ପ୍ରଦର୍ଶନ କରିବେ। ବିଜେପି ମଧ୍ୟ ପ୍ରଚାରରେ ଲାଗିପଡ଼ିଛି। ବିଧାୟକ ପ୍ରାର୍ଥୀ ସୁର୍ଯ୍ୟବଂଶି ସୁରଜ ନିର୍ବାଚନରେ ବାଜିମାତ କରିବା ପାଇଁ ବିଭିନ୍ନ ନିର୍ବାଚନି ରଣକୌଶଳ ଆପଣାଇ ଭୋଟର ମାନଙ୍କ ପାଖକୁ ଯାଇ ଭୋଟ ଦେବାକୁ କହୁଛନ୍ତି।

Related Articles

Back to top button