ଆସୁଛି ବାତ୍ୟା ‘ସିତ୍ରଙ୍ଗ୍‌’! ବିଭିନ୍ନ ରାଜ୍ୟରେ ୨୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି ପକ୍ଷରୁ ଆଲର୍ଟ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଚଳିତ ବର୍ଷର ମୌସୁମୀ ପରବର୍ତ୍ତୀ ବତ୍ୟା ଦାନା ବାନ୍ଧୁଛି ! ଏନେଇ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ମଙ୍ଗଳବାର ସୂଚନା ଦେଇଛି । ଯଦି ଏହି ଘୂର୍ଣ୍ଣିବଳୟ ବତ୍ୟାର ରୂପ ନିଏ ତେବେ ୨୦୧୮ ପରେ ଅକ୍ଟୋବର ମାସରେ ବଙ୍ଗୋପ ସାଗରେ ଏହା ପ୍ରଥମ ବାତ୍ୟା ହେବ । ବାତ୍ୟା ସ୍ଥିରୀକୃତ ହେଲେ ଏହାର ନାମ ‘ସିତ୍ରଙ୍ଗ୍‌’ ହେବ ବୋଲି ଜଣାପଡ଼ିଛି । ଏହି ନାମ ଥାଇଲାଣ୍ଡ ପକ୍ଷରୁ ଦିଆଯାଇଛି । ଚଳିତ ବର୍ଷ ମେ ମାସରେ ହୋଇଥିବା ବାତ୍ୟା ଅସାନୀ ପରେ ଏହା ବଙ୍ଗୋପ ସାଗରରେ ସୃଷ୍ଟି ଦ୍ୱିତୀୟ ବାତ୍ୟା ।

ସୋମବାର ଆଣ୍ଡାମାନ ସାଗର ଅଞ୍ଚଳରେ ଉତ୍ତରାଞ୍ଚଳରେ ଏହି ବାତ୍ୟା ଧିରେ ଧିରେ ଘନୀଭୂତ ହୋଇଥିଲା । ଏହାର ପ୍ରଭାବରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଦକ୍ଷୀଣ–ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ଦକ୍ଷୀଣ-ପଶ୍ଚିମ ଦିଗ ଆଡ଼କୁ ଗତି କରି ଅକ୍ଟୋବର ୨୨ ମଧ୍ୟରେ ଅବପାତରେ ପରିଣତ ହେବ । ପରେ ଏହା ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଏହାର ଅପରାହ୍ନ ବୁଲେଟିନ୍ ଜାରି କରି ସୂଚନା ଦେଇଛି ।

ପାଣିପାଗ ମେଡେଲ୍‌କୁ ଅନୁମାନ କଲେ ଏହି ବାତ୍ୟା ପଶ୍ଚିମ ମୁହାଁ ହୋଇ ଭାରତର ପୂର୍ବତଟ ଅଞ୍ଚଳକୁ ପ୍ରଭାବିତ କରିବ । ଏଥିସହିତ ବାତ୍ୟା ତାମିଲ୍‌ନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷୀଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ତେବେ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ସହ କର୍ଣ୍ଣାଟକ, କେରଳ, ମାହେ, ତାମିଲନାଡ଼ୁ, କରାଇକାଲ, ପୁଦୁଚେରୀ ଏବଂ ଅନ୍ଧ୍ରର ଉପକୂଳରେ ଅକ୍ଟୋବର ୨୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି ପକ୍ଷରୁ ଆଲର୍ଟ କରାଯାଇଛି ।

Related Articles

Back to top button