ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାୱାର ଷ୍ଟେସନ ନଷ୍ଟ କଲା ରୁଷ

ଖାରକିଭକୁ ପୁଣି ଦଖଲ କଲା ରୁଷ ସେନା

ଖାରକିଭ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ଯୁଦ୍ଧରେ ଲଗାତାର ବିଜୟ ଏବଂ ପରାଜୟ ଦେଖିବାକୁ ମିଳୁଛି ।  ଗୋଟିଏ ମାସ ପୂର୍ବେ ରୁଷ କବଜାରେ ଥିବା ଖାରକିଭ୍ ଅଞ୍ଚଳକୁ ଛଡାଇ ଆଣିବାରେ ସଫଳ ହୋଇଥିଲା ୟୁକ୍ରେନ ସେନା । ଏବେ ରୁଷ ସେନା ପୁଣି ଥରେ ଆକ୍ରମଣକୁ ଜୋରଦାର କରି କାରକିଭକୁ ଦଖଲ କରିଥିବା ଦାବି କରିଛି । ମଙ୍ଗଳବାର ରୁଷ ସେନା ଦାବି କରି କାରଖିଭକୁ ପୁଣି ଥରେ ଦଖଲ କରାଯାଇଥିବା କହିଛି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ‘ରୁଷ ସେନାର ଅଭିଯାନ ଅଧିନରେ ଖାରକିଭ ଉପରେ କବଜା କରାଯାଇଛି’।

ଏହାରି ଭିତରେ ରୁଷର ମିଶାଲଇ ମାଡରେ ଦୁଇ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି । ଏକ ପାୱାର ଷ୍ଟେସନକୁ ଟାର୍ଗେଟ କରି ରୁଷ ମିଶାଇଲ ମାଡ କରିଥିଲା, ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ଅଧିକାରୀଙ୍କ କହିବା ଅନୁସାରେ ବିସ୍ଫୋରଣ, ନିଆଁ ଜଳିବା ଏବଂ ବିଜୁଳି ସେବା ପ୍ରଭାବିତ ହେବା ଘଟଣା ସାମନାକୁ ଆସିଛି।

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ରୁଷ ଆକ୍ରମଣ ଉପରେ କହିଛନ୍ତି, ‘ୟୁକ୍ରେନ ଉପରେ ନିର୍ମମ ଅତ୍ୟାଚାର ଜାରି ରହିଛି । ନାଗରିକଙ୍କୁ ଡରାଇବା ପାଇଁ ଏବଂ ମାରିବା ପାଇଁ ରୁଷ ପ୍ରୟାସ କରୁଛି’। ସେ କହିଛନ୍ତି ରୁଷର ଆକ୍ରମଣରେ ୟୁକ୍ରେନର ୩୦ ପ୍ରତିଶତ ପାୱାର ଷ୍ଟେସନ ନଷ୍ଟ ହୋଇସାରିଛି । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୧୦ ପରଠୁ ରୁଷ ଯୁଦ୍ଧକୁ ଅଧିକ ଜୋରଦାର କରିଛି । ମଙ୍ଗଳବାର ରୁଷ ସେନା ଖାରକିଭରେ ବିଜୁଳି ଯୋଗାଣ କରୁଥିବା ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା ।

Related Articles

Back to top button