ବୋରିସ୍ ଜନସନଙ୍କୁ ପୁଣି ଥରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ କରିବା ପକ୍ଷରେ କଞ୍ଜରଭେଟିଭ୍ ପାର୍ଟିର ସଦସ୍ୟ

ବ୍ରିଟେନ୍‌: ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଗାଦି ଉପରେ ବିପଦ ଘନେଇବାରେ ଲାଗିଛି। ଏବେ ତାଙ୍କ ପାର୍ଟିର ସଦସ୍ୟ ଖୋଲାଖୋଲି ଟ୍ରସଙ୍କ ବିରୋଧରେ ଆଗକୁ ଆସିଛନ୍ତି। ବଡ ସଂଖ୍ୟାରେ କଞ୍ଜରଭେଟିଭ୍ (ଟୋରି) ପାର୍ଟିର ସଦସ୍ୟ ବୋରିସ୍ ଜନସନଙ୍କୁ ପୁଣି ଥରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ କରାଯିବା ପକ୍ଷରେ ଅଛନ୍ତି। ଆଉ ଦ୍ଵିତୀୟ ପସନ୍ଦ ଭାବେ ଅଛନ୍ତି ଋଷି ସୁନକ।

ନିକଟରେ ସଂପନ୍ନ ଏକ ସର୍ଭେ ଅନୁଯାୟୀ, ଲିଜ୍ ଟ୍ରସ ନିଜ ପାର୍ଟିରେ ଭରସା ହରାଇ ଚାଲିଛନ୍ତି। ବହୁ ସଂଖ୍ୟାରେ ଟୋରି ପାର୍ଟିର ସଦସ୍ୟ ଟ୍ରସଙ୍କ ଇସ୍ତଫା ଦାବି କଲେଣି। ୫୫ ପ୍ରତିଶତ ସଦସ୍ୟଙ୍କ ମତରେ ଟ୍ରସଙ୍କୁ ପଦରୁ ଇସ୍ତଫା ଦେବା ଉଚିତ୍ ଏବଂ ଋଷି ସୁନକଙ୍କୁ ପୁଣି ଥରେ ସୁଯୋଗ ଦେବା ଉଚିତ୍। ମାତ୍ର ୨୫ ପ୍ରତିଶତ ହିଁ ଟ୍ରସଙ୍କ ସପକ୍ଷରେ ଅଛନ୍ତି। ଉଲ୍ଲେଖନୀୟ ମିନି ବଜେଟ୍‌କୁ ନେଇ ୟୁଟର୍ଣ୍ଣ ନେବାରୁ ଟ୍ରସ୍ ନିଜ ପାର୍ଟିରେ ଭରସା ହରାଇଛନ୍ତି।

ଏହି ସର୍ଭେରେ ସବୁଠୁ ଚକିତକର କଥା ହେଉଛି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ଦଳରେ ସାଥୀମାନେ ବିଦ୍ରୋହ କରିବାରୁ ଜନସନଙ୍କୁ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ମାତ୍ର ଏବେ ଜନସନଙ୍କୁ ପାର୍ଟି ଭିତରେ ଢେର ସମର୍ଥନ ମିଳିବାରେ ଲାଗିଛି। ୬୩ ପ୍ରତିଶତ ସଦସ୍ୟଙ୍କ କହିବା କଥା ଜନସନ ଟ୍ରସଙ୍କ ଭଲ ବିକଳ୍ପ ହୋଇ ପାରିବେ। ୩୨ ପ୍ରତିଶତ ଜନସନଙ୍କୁ ସବୁଠୁ ଯୋଗ୍ୟ ମନେ କରିଛନ୍ତି। ଏହି ମାମଲାରେ ୨୩ ପ୍ରତିଶତ ପାର୍ଟି ସଦସ୍ୟ ସୁନକଙ୍କ ସହିତ ରହିଛନ୍ତି।

Related Articles

Back to top button