ଟି ୨୦ ବିଶ୍ୱକପ କ୍ରିକେଟରେ ୟୁଏଇକୁ ୭୯ ରନରେ ହରାଇଲା ଶ୍ରୀଲଙ୍କା

ଗିଲୋଙ୍ଗ: ଟି ୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଶ୍ରୀଲଙ୍କା ୭୯ ରନରେ ୟୁଏଇକୁ ପରାସ୍ତ କରି ସୁପର ୧୨ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ପାଶୁମ ନିଶାଙ୍କା ୭୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଧନଞ୍ଜୟ ଡିସିଲଭା ୩୩ ରନ କରିଥିଲେ । କାର୍ତିକ ମୟପ୍ପନ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଜବାବରେ ୧୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୟୁଏଇ ୧୭.୧ ଓଭରରେ ୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଆୟନ ଅଫଜଲ ଖାଁ ୧୯ ଓ ଚିରାଗ ସୁରୀ(୧୪ରନ) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରିପାରି ନ ଥିଲା । ୱାନିନ୍ଦୁ ହସରଙ୍ଗା ଓ ଦୁଶ୍ୟନ୍ତ ଚମେରା ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ଟି୨୦ କ୍ରିକେଟରେ ମୟପ୍ପନ ୫ମ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ବ୍ରେଟ ଲୀ, କର୍ଟିସ କ୍ୟାମ୍ଫର, ୱାନିନ୍ଦୁ ହସରଙ୍ଗା ଓ କାଗିସୋ ରାବାଡା ହ୍ୟାଟ୍ରିକ ହାସଲ କରି ସାରିଛନ୍ତି ।

Related Articles

Back to top button