ଶ୍ରୀଲଙ୍କା ଉପନ୍ୟାସକାର ଶେହାନ୍‍ କରୁଣାତିଳକା ୨୦୨୨ ବୁକର ପୁରସ୍କାରରେ ସମ୍ମାନିତ

ଶ୍ରୀଲଙ୍କା ଉପନ୍ୟାସକାର ଶେହାନ୍‍ କରୁଣାତିଳକାଙ୍କୁ ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଦ ସେଭେନ ମୂନସ ଅଫ ମାଲୀ ଅଲମିଡା’ (The Seven Moons of Maali Almeida) ପାଇଁ ୨୦୨୨ ବୁକର ପୁରସ୍କାରରେ ସମ୍ମାନିତ କରାଯାଇଛି। ବୁକର ପୁରସ୍କାର ସାହିତ୍ୟ କ୍ଷେତ୍ରରେ ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ୪୭ ବର୍ଷ ବୟସ୍କ କରୁଣାତିଳକା ବୁକର ପୁରସ୍କାର ପାଇବାରେ ଶ୍ରୀଲଙ୍କାର ଦ୍ୱିତୀୟ ସାହିତ୍ୟିକ ହୋଇଛନ୍ତି। ଗତ ରାତିରେ ଲଣ୍ଡନରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ମାଇକେଲ୍‍ ଅନଡାଟ୍‍ଜେ ୧୯୯୨ରେ ତାଙ୍କର ଉପନ୍ୟାସ ‘ଦ ଇଂଲିଶ ପେସେଣ୍ଟ’ ପାଇଁ ବୁକର ପୁରସ୍କାର ଲାଭ କରିଥିଲେ।

‘ଦ ସେଭେନ ମୂନସ ଅଫ ମାଲୀ ଅଲମିଡା’ ଜଣେ ଫଟୋଗ୍ରାଫରଙ୍କ କାହଣୀ ଉପରେ ପର୍ଯ୍ୟବେସିତ। ୨୦୨୨ ବୁକର ବିଚାରକମଣ୍ଡଳୀ ଅଧ୍ୟକ୍ଷ ନେଲ୍‍ ମାକ୍‍ ଗ୍ରିଗର୍‍ କହିଛନ୍ତି, ବିଚାରକମଣ୍ଡଳୀ ଏହି ଉପନ୍ୟାସକୁ ପ୍ରଶଂସା କରିଛନ୍ତି। ଶେହାନ୍‍ କରୁଣାତିଳକା ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଉପନ୍ୟାସ ‘ଚିନାମ୍ୟାନ୍‍’କୁ ୨୦୧୧ରେ ରାଜ୍ୟଗୋଷ୍ଠୀ ପୁରସ୍କାର ମିଳିଥିଲା।

Related Articles

Back to top button