ବିଧାୟକ ମୋକିମ୍‌ଙ୍କୁ ଆଶସ୍ତି: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ, ଫେବୃଆରୀ ୨୨ରେ ପରବର୍ତ୍ତୀ ଶୁଣାଣି

କଟକ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମିଳିଲା ଆଶସ୍ତି। ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ। ଆସନ୍ତା ଫେବୃଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ, ଓଡ଼ିଶା ଗୃହ ର୍ନିମାଣ ଏବଂ ଉନ୍ନୟନ ନିଗମ ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କାର ଜରିମାନାରେ କରିଥିଲେ । ଏହି ଦଣ୍ଡାଦେଶକୁ ବିରୋଧ କରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାସହ ପୂର୍ବତନ ଆଇଏଏସ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ।

Related Articles

Back to top button