ମାଙ୍କଡ଼ଙ୍କ ନାଁରେ ୩୨ ଏକର ଜମି ରେଜିଷ୍ଟର କଲେ ଗ୍ରାମବାସୀ

ମୁମ୍ବାଇ: ମହାରାଷ୍ଟ୍ରର ଓସ୍‌ମାନାବାଦ୍‌ର ଉପଲା ଗ୍ରାମବାସୀ ମାଙ୍କଡ଼ଙ୍କ ନାଁରେ ୩୨ ଏକର ଜମି ରେଜିଷ୍ଟର କରିଛନ୍ତି। ଶତାଧିକ ମାଙ୍କଡ଼ ଏହି ସ୍ଥାନରେ ରହୁଥିବାବେଳେ ଖାଦ୍ୟ ସନ୍ଧାନରେ ସେମାନେ ଗାଁ ଭିତରକୁ ମଧ୍ୟ ଚାଲିଆସିଥାନ୍ତି। ତେବେ ଉପଲା ଗ୍ରାମର ଲୋକେ ସେମାନଙ୍କୁ ନିରାଶ ହେବାକୁ ଦିଅନ୍ତି ନାହିଁ। ଘରେ ଯାହା ଥିଲେ ବି ସେମାନେ ତାଙ୍କୁ ଖାଇବାକୁ ଦେଇଥାନ୍ତି। ଉପଲା ଗ୍ରାମରେ ବାସ କରୁଥିବା ଲୋକଙ୍କ ପୂର୍ବଜମାନେ ମାଙ୍କଡଙ୍କୁ ପୂଜା କରୁଥିବା ସରପଞ୍ଚ ବାପ୍ପା ପଦଓ୍ବାଲ କହିଛନ୍ତି। ଏଠାକାର ମାଙ୍କଡ଼ମାନେ ଗୋଟିଏ ସ୍ଥାନରେ ଅଧିକ ଦିନ ରହିପାରନ୍ତି ନାହିଁ। ଏମାନେ ସବୁବେଳେ ଏଣେତେଣେ ବୁଲୁଥାନ୍ତି। ମାଙ୍କଡ଼ମାନଙ୍କ ଜମିରେ ସ୍ଥାନୀୟ ବନ ବିଭାଗ ଗଛ ରୋପଣ ପାଇଁ ଯୋଜନା କରୁଥିବା କୁହାଯାଇଛି। ପୂର୍ବ ପରମ୍ପରା ଅନୁସାରେ ଗ୍ରାମରେ କୌଣସି ବ୍ୟକ୍ତିଙ୍କ ବାହାଘର ଅନୁଷ୍ଠିତ ହେଲେ ପ୍ରଥମେ ମାଙ୍କଡ଼ମାନଙ୍କୁ ଉପହାର ଦିଆଯାଏ, ତା’ପରେ ବିଧି ମୁତାବକ ବାହାଘର କାର୍ଯ୍ୟ ଆଗକୁ ବଢ଼େ।

Related Articles

Back to top button