ଇସ୍ତଫା ଦେଲେ ବ୍ରିଟେନର ଗୃହମନ୍ତ୍ରୀ

ବ୍ରିଟେନ ଗୃହମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ସେ ଭାରତୀୟ ଲୋକମାନେ ବ୍ରିଟେନରେ ବେନିୟମ ଭାବେ ରହୁଥିବା ନେଇ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଥିଲେ ।

ବ୍ରେଭରମ୍ୟାନ୍ ମାତ୍ର ୪୩ ଦିନ ପୂର୍ବେ ଗୃହ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ଗତ ସପ୍ତାହରେ ସେ ଭାରତ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଭାରତ ସରକାର ମଧ୍ୟ ଆପତ୍ତି ଉଠାଇଥିଲେ । ଏକ ସାକ୍ଷାତକାରରେ ସୁଏଲା କହିଥିଲେ, ଭାରତ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ହେଲେ ବ୍ରିଟେନକୁ ଭାରତୀୟଙ୍କ ଦେଶାନ୍ତର ଗମନ ବଢ଼ିବ। ଭିସା‌ ଜରିଆରେ ଆସି ଅଧିକ ଦିନ ଧରି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟମାନେ ଆଗରେ ଥିବା କହିଥିଲେ । ଭାରତୀୟମାନେ ଭିସା କୋହଳ ପାଇଁ ଦାବି କରୁଥିବା ବେଳେ ସେ ଏହାକୁ ଖୋଲାଖୋଲି ବିରୋଧ କରୁଥିବା କହିଥିଲେ । ଏଭଳିକି ତାଙ୍କ ବ୍ୟକ୍ତିଗତ ଇମେଲରୁ ଜଣେ ସାଂସଦଙ୍କୁ ଏନେଇ ଡ୍ରାପ୍ଟ ପଠାଇଥିବା ନେଇ ଜଣାପଡିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିବା ପାଇଁ ଦାବି ଜୋର ଧରିଥିଲା ।

ତେବେ ସବୁଠୁ ବଡ଼ କଥା ହେଲା ବ୍ରିଟେନରେ ଏବେ ଅର୍ଥନୀତି ଦିନକୁ ଦିନ ତଳକୁ ତଳକୁ ଯାଉଛି । ସରକାର ଦରଦାମ ଉପରେ ଲଗାମ ଲଗାଉ ପାରୁନାହାଁନ୍ତି । ଟ୍ୟାକ୍ସ କମ କରିବା ପରେ ଦେଶର ଅର୍ଥନୀତି ରସାତଳ ହୋଇଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିଜ କଂଜରଭେଟିଭ ଦଳର ସାଂସଦମାନେ ମଧ୍ୟ ଚାପ ପକାଉଛନ୍ତି । ତେବେ ଗତକାଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ପଳାୟନ ପନ୍ଥୀ ନୁହଁନ୍ତି । ସଂସଦରେ ତାଙ୍କର ମନ୍ତବ୍ୟରୁ ଏହା ଜଣାପଡୁଛି ଯେ ସେ ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ତେବେ ଦେଶରେ ଦଳର ଭାବମୂର୍ତ୍ତି ତଳକୁ ତଳକୁ ଯାଉଥିବାରୁ ତାଙ୍କ ଦଳ କି ନିଷ୍ପତ୍ତି ନେଉଛି ତାହା କିଛି ଦିନ ପରେ ଜଣାପଡିବ

Related Articles

Back to top button