ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଥାଉକି, ସକାଳୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ଆଣିଥିଲା । ପୂର୍ବରୁ ମଧ୍ୟ ଜଗବନ୍ଧୁଙ୍କ ଘରୁକୁ ଯାଇ ସେଠାରେ ପଚରାଉଚରା କରିଥିଲେ ପୋଲିସ । ହେଲେ ପ୍ରାଥମିକ ପଚରାଉଚୁରା ପରେ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା । ଏକ ଅଣ୍ଡରଟେକିଂ ଲେଖି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ଛାଡ଼ିଥିଲା । କିନ୍ତୁ ଆଜି ଦ୍ୱିତୀୟ ଥର ପାଇଁ ପଚରାଉଚୁରା କରିଥିଲା ପୋଲିସ । ଆଉ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ସେପଟେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ।

Related Articles

Back to top button