ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଳାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସିୟାଙ୍ଗ ଜିଲ୍ଳାରେ ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୌହାଟୀ ଡିଫେନ୍ସ ପିଆରଓ ଅନୁଯାୟୀ, ସେନା ହେଲିକପ୍ଟର ଟୁଟିଂ ଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ନିକଟରେ କ୍ରାସ୍ ହୋଇଛି। ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ଗମନାଗମନର ସୁବିଧା ମଧ୍ୟ ନାହିଁ । ଅବଶ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲିକପ୍ଟରରେ ସେନାର ଦୁଇ ଯବାନ ରହିଥିବା ନେଇ କୁହାଯାଉଛି । ଏହି ହେଲିକପ୍ଟର ରାଜ୍ର ବାହରୁ ଆସିଥିଲା । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା।

ସୂଚନାଯୋଗ୍ୟ, ସେନାର ହେଲିକପ୍ଟର ରୁଦ୍ର ସେନାର ଲଢ଼ୁଆ ବିମାନ। ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଭାରତୀୟ ସେନା ପାଇଁ ନିର୍ମିତ କରାଯାଇଥିଲା। ତେବେ ଏଠାରେ କହିରଖୁ ଯେ, ଗତ ତିନି ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ଅର୍ଥାତ୍ ଗତ ୩ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ସେନା ହେଲିକପ୍ରଟର ଦୁର୍ଘଟଣା ଗ୍ରସ୍ତ ହେଲାଣି ।

Related Articles

Back to top button