ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ। ଆଉ ସପ୍ତାହକ ମଧ୍ୟରେ(ଅକ୍ଟୋବର ୨୮) ବ୍ରିଟେନ୍‌କୁ ଆଉ ଏକ ପ୍ରଧାନମନ୍ତ୍ରୀ ମିଳିବ ବୋଲି ସେ ଘୋଷଣା ମଧ୍ୟ କରିଛନ୍ତି। ଆସନ୍ତା ସପ୍ତାହର ଶେଷ ବେଳକୁ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇସାରିଥିବେ ବୋଲି ସେ କହିଛନ୍ତି। ଟ୍ରସଙ୍କର ମିନି ବଜେଟ୍ ବ୍ରିଟେନ୍ ମାର୍କେଟ୍‌କୁ ଛାରଖାର କରି ଦେଇଛି। ବ୍ରିଟେନରେ ଦେଖାଦେଇଥିବା ମାନ୍ଦାବସ୍ଥାର ଏହାର କାରଣ ବୋଲି କୁହାଯାଉଛି। ଯାହାକୁ ନେଇ ଲିଜ୍‌ ଟ୍ରସଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଲିଜ୍ ଟ୍ରସ୍ କ୍ଷମତାକୁ ଆସିବା ପରେ ମହଙ୍ଗାବଜାରକୁ ନିୟନ୍ତ୍ରଣ ସହ ଦେଶର ଅର୍ଥନୀତିକୁ ସୁଧାରିବାକୁ କର ଛାଡ଼ ନୀତୀ ଆପଣାଇଥିଲେ। ଯାହା ବଜାରରେ ଆହୁରି ଉକ୍ତଟମାନ୍ଦାବସ୍ଥା ସୃଷ୍ଟି କରିଥିଲା। ଯାହା ଦେଶରେ ପେନସନ ଫଣ୍ଡ ପ୍ରତି ବିପଦ ସୃଷ୍ଟି କରିଥିଲା। ଫଳରେ ସରକାର ଗଠନ କରିବାର ମାତ୍ର ୪୫ ଦିନରେ କଞ୍ଜରଭେଟିବ ପାର୍ଟି ଭାଗ ଭାଗ ହେଇଯାଇଥିଲା। ଆଉ ବାଧ୍ୟ ହୋଇ ଟ୍ରସ ଇସ୍ତଫା ଦେଇଥିବା କୁହାଯାଉଛି। ମହଙ୍ଗା ସ୍ଥିତିରେ ଶ୍ରୀଲଙ୍କା ଟ୍ୟାକ୍ସ ଛାଡ଼ କରି କି ଅବସ୍ଥା ଭୋଗିଲା ଏହା ଉଦାହରଣ ରୂପେ ସାମ୍ନାରେ ରହିଥିବା ବେଳେ ବ୍ରିଟେନ୍ ପୁଣିଥରେ ଏଭଳି ଭୁଲ୍ କରିଥିଲା।

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ଯିଏ ପ୍ରଧାନମନ୍ତ୍ରୀ ହେବେ ସେ ୨୦୧୬ ବ୍ରେକ୍‌ଜିଟ ଜନମତ ସଂଗ୍ରହ ଠାରୁ ୭ ବର୍ଷରୁ ବି କମ୍‌ ସମୟ ଭିତରେ ପଞ୍ଚମ ନମ୍ବର ପ୍ରଧାନମନ୍ତ୍ରୀ ହେବେ। ଯାହା ବ୍ରିଟିସ ପଲିଟିକ୍ସରେ ପାଇଁ ଆଶ୍ଚର୍ଯ୍ୟର କଥା ନିଶ୍ଚୟ।

ତେବେ ଲିଜ୍‌ ଟ୍ରସ ଇସ୍ତଫା ଦେବା ପରେ ପୁଣିଥରେ ଭାରତୀୟ ବଂଶୋଦ୍ଭବ ଋଷ ସୁନକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେବଳ ସୁନକ ନୁହଁନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ପୂର୍ବତନ ପ୍ରତିରକ୍ଷା ସଚିବ ପେନୀ ମୋରଡଣ୍ଟ ବି ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି। ତା ସହିତ କେମି ବାଡେନଚ୍ ଏବଂ ଟମ ଟୁଜେନଧାଟ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି।

ତେବେ ଏଥର କେବଳ ଜଣେ ଭାରତୀୟ ବଂଶୋଦ୍ଧବ ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହାନ୍ତି। ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସୁଏଲ୍ଲା ବର୍ମନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି। ସୁଏଲା ଗତକାଲି ବ୍ରିଟେନ୍ ଗୃହମନ୍ତ୍ରାଳୟରୁ ଇସ୍ତଫା ଦେଇଥିଲେ।

Related Articles

Back to top button