ନନ୍ଦନକାନନରେ ଧଳା ବାଘୁଣୀ ‘ବିଜୟା’ର ମୃତ୍ୟୁ

ବାରଙ୍ଗ: ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ‘ବିଜୟା’। ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ଆଖି ବୁଜିଛି। ଅସୁସ୍ଥ ଥିବା ଯୋଗୁ ନନ୍ଦନକାନନ ଏବଂ ଓୟୁଏଟିର ସ୍ବତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ। ହେଲେ ତା ଜୀବନ ବଞ୍ଚାଇବାରେ ସେମାନେ ବିଫଳ ହୋଇଛନ୍ତି। କେଉଁ କାରଣ ଯୋଗୁ ବାଘୁଣୀର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ନନ୍ଦନକାନନର କର୍ତ୍ତୃପକ୍ଷ କହିଛନ୍ତି। ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୫ରେ ପହଞ୍ଚିଛି।

Related Articles

Back to top button