ଜେଲରେ ପରସ୍ପରକୁ ସପ୍ତାହରେ ଥରଟିଏ ଭେଟିବେ ଅର୍ଚ୍ଚନା-ଜଗବନ୍ଧୁ

ଭୁବନେଶ୍ୱର: ବର୍ତ୍ତମାନର ଚର୍ଚ୍ଚିତ ଚେହେରା ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ଗିରଫ ମାମଲାରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜେଲ ଭିତରେ ସ୍ବାମୀ-ସ୍ତ୍ରୀ ସପ୍ତାହରେ ଥରଟିଏ ପରସ୍ପରକୁ ଦେଖା ସାକ୍ଷାତ୍‌ କରିପାରିବେ। ଜେଲରେ ପରିବାର ଲୋକଙ୍କ ପାଇଁ ରବିବାର ୧୫ ମିନିଟ୍‌ର ଦେଖାସାକ୍ଷାତ୍‌ ବ୍ୟବସ୍ଥା ରହିଛି । ତେବେ ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଏହି ଦେଖାସାକ୍ଷାତ୍‌ ହେବ। ଏବେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ଅଛନ୍ତି ।

Related Articles

Back to top button