ଟି-୨୦ ବିଶ୍ଵକପ୍‌: ଆଫଗାନିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା ଇଂଲଣ୍ଡ

ପର୍ଥ: ଟି-୨୦ ବିଶ୍ଵ କପ୍‌ର ସୁପର ୧୨ରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ହାସଲ କରିଛି। ସାମ କୁରନଙ୍କ ଘାତକ ବୋଲିଂ ପାଞ୍ଚ ଓ୍ଵିକେଟ୍ ବଳରେ ଇଂଲଣ୍ଡ ଆଫଗାନିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଛି। ବିଜୟ ସହ ଇଂଲଣ୍ଡ ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୪ ଓଭରରେ ୧୧୨ ରନରେ ଅଲଆଉଟ୍ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜର୍ଦ୍ଦାନ ୩୨ ରନ ଏବଂ ଉସ୍ମାନ ଘନି ୩୦ ରନ କରିଥିଲେ। ଜବାବରେ ମ୍ୟାଚ୍ ଜିତିବା  ପାଇଁ ଇଂଲଣ୍ଡକୁ ୧୯ତମ ଓଭର ଖେଳିବାକୁ ପଡିଥିଲା। ଦଳ ୧୮.୧ ଓଭରରେ ୫ ଓ୍ଵିକେଟ୍ ବିଜୟ ଲକ୍ଷ୍ୟ ହାସଲ କରିଛି। ଲିୟାମ ଲିଭିଙ୍ଗଷ୍ଟୋନ ଅପରାଜିତ ୨୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଜୋସ ବଟଲର ୧୮ ରନ କରିଥିବା ବେଳେ ଆଲେକ୍ସ ହେଲ୍ସ ୧୯ ରନ ଏବଂ ଡେଭିଡ ମଲାନ ୧୮ ରନ କରିଛନ୍ତି। ବୋଲିଂରେ ସାମ କୁନର  ୩.୪ ଓଭରରେ ମାତ୍ର ୧୦ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି। ଏହା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Related Articles

Back to top button