ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଥିବା ଲୋକମାନେ ଦୀପାବଳିରେ ସତର୍କତା ଅବଲମ୍ବନ କରନ୍ତୁ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଲାଗି ଲୋକଙ୍କ ମନରେ ଅନେକ ଆଗ୍ରହ ଓ ଉଦ୍ଦିପନା। ଦୀପମାଳାରେ ଘର ସଜେଇବେ ଲୋକେ, ସାଙ୍ଗକୁ ଆତସବାଜୀ ମଧ୍ୟ କରିବେ। ତେବେ ଦୀପାବଳିରେ ଆଜମା ଥିବା ପିଲା ଓ ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ଏଣୁ ଏପରି ପରିସ୍ଥିତିରେ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଥିବା ଲୋକ ଓ ପିଲାଙ୍କ ଲାଗି ଖାସ ସତର୍କତା ଅବଲମ୍ବନ ବାଞ୍ଛନୀୟ। ଏଣୁ ଏ ବାବଦେ ସରକାର ପୂର୍ବରୁ ସତର୍କ କରାଇ ଦେଇଛନ୍ତି।

ଆଜମା ଏକ ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ସ୍ୱାସ୍ଥ୍ୟ ପରିସ୍ଥିତି ଯାହା ଉଭୟ ପିଲା ଓ ବୟସ୍କ ସମସ୍ତଙ୍କୁ ପ୍ରଭାବିତ କରିପାରେ। ଦୁଃଷିତ ବାୟୁରେ ଏପରି ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏପରି ରୋଗୀଙ୍କ ଠାରେ ନିଶ୍ୱାସ ଛାଡିବା ବେଳେ ଘଡଘଡ ଶବ୍ଦ ଆସିଥାଏ। ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ। ଏପରି ପରିସ୍ଥିତି ସୃଷ୍ଟି ହେଲେ ବୟସ୍କ ହୁଅନ୍ତୁ କି ପିଲା ସହଜରେ ଶୋଇ ପାରିନଥାନ୍ତି। ଛାତି ଭରିଯିବା ପରି ଲାଗେ। ଥକ୍କା ଅନୁଭବ କରିଥାନ୍ତି।

ବାୟୁ ପ୍ରଦୂଷଣ ଆଜମା ଲକ୍ଷଣକୁ ଖରାପ କରିପାରେ। ଏଥିରେ ଦୀପାବଳି ଏପରି ଏକ ସମୟରେ ହୁଏ ଯେତେବେଳେ ଦେଶର ବାୟୁ ଗୁଣମାନ ସବୁଠୁ ଖରାପ ଥାଏ। ଏହି ସମୟରେ ପବନରେ ଓଜନ ସ୍ତର ବଢି ରହିଥାଏ। ଯେଉଁଥିରେ ହାନିକାରକ ଗ୍ୟାସ ମଧ୍ୟ ଥାଏ। ଫଳରେ ସ୍ମଗ ବା କୁହୁଡି ହେବା ଆଜମା ଆକ୍ରାନ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। କାରଣ ଓଜନ ଆଜମାକୁ ଟ୍ରିଗର କରିଥାଏ। ଅତ୍ୟଧିକ ଆଜମାରେ ଫୁସଫୁସକୁ ବ୍ୟାୟୁ ମାର୍ଗକୁ ବାଧିତ କରିଥାଏ ଫଳରେ ଫୁସଫୁସ୍‌ ର କାର୍ଯ୍ୟରେ ବାଧା ଉପୁଜିଥାଏ।

ଏଣୁ ଦୀପାବଳି ବେଳେ ଏହି ସବୁ ସତର୍କତା ଅବଲମ୍ବନ କରିବା ଜରୁରି। ଏଥିରେ ପିଲାକୁ ଘରୁ ପଦାକୁ ଯିବାକୁ ଦିଅନ୍ତୁନି। ତାକୁ ଇଣ୍ଡୋର ଗତିବିଦ୍ଧିରେ ବ୍ୟସ୍ତ ରଖନ୍ତୁ। ଯଦି ବାହାରକୁ ଯାଉଛି ତେବେ ମୁହଁରେ ମାସ୍କ ଲଗାନ୍ତୁ। ତାଙ୍କ ସହ ଇନହେଲର ରଖନ୍ତୁ।

Related Articles

Back to top button