ଭୁବନେଶ୍ୱରରେ ଦୀପାବଳି ଦିନ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା । ଦୀପାବଳି ଦିନ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ । ଏହି ସମୟ ପୂର୍ବରୁ କିମ୍ବା ବିଳମ୍ବିତ ରାତିରେ ବାଣ ଫୁଟାଇଲେ ଭରିବା ପାଇଁ ପଡିବ ଜରିମାନ । କମିଶନରେଟ୍ ପୋଲିସ୍‌ ଏ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । କେବେଳ ଲାଇସେନ୍ସପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବା ପାଇଁ ଲୋକଙ୍କୁ ପୋଲିସ୍‌ ପକ୍ଷରୁ ଦିଆଯାଉଛି ପରାମର୍ଶ ।

ସେହିପରି ଏଥର ରାଜଧାନୀରେ ବାଣ ବିକ୍ରି ପାଇଁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି ୩୦ଟି ଖୋଲା ସ୍ଥାନ । ଭୁବନେଶ୍ୱର ଓ ଏହାର ଉପକଣ୍ଠ ୧୦ଟି ଥାନା ଅଧିନରେ ୩୦ ଟି ଖୋଲା ସ୍ଥାନ ଚିହ୍ନଟ କରାଯାଇଛି । ୩୦ ଜାଗାରେ ୧୫୦୦ ବାଣ ଦୋକାନ ଖୋଲାଯିବ । ପ୍ରତି କ୍ଲଷ୍ଟରରେ ରହିବ ୫୦ଟି ଦୋକାନ ଓ ପ୍ରତି ଦୋକାନ ମଧ୍ୟରେ ୧୦ ରୁ ୧୨ ବର୍ଗମିଟରର ଦୂରତା ରହିବ । ପୋଲିସ ପକ୍ଷରୁ ନିଶ୍ଚିନ୍ତ କରାଯାଇଥିବା ଏହି ୩୦ଟି ସ୍ଥାନ ଛଡା ଅନ୍ୟ କୌଣସି ସ୍ଥାନରେ ବାଣ ଦୋକାନ ଖୋଲିଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ । ଅନଲାଇନ୍ ବାଣ ବିକ୍ରିକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ପ୍ରଦୂଷଣଯୁକ୍ତ ଚାଇନା ବା ବିଦେଶୀ ବାଣ ବିକ୍ରି ଉପରେ ଲାଗିଲା ରୋକ୍ । ଗ୍ରୀନ କ୍ରାକର୍ସ ବ୍ୟବହାର ଉପରେ ଦିଆଯାଉଛି ଅଧିକ ଗୁରୁତ୍ୱ । ଶିକ୍ଷାନୁଷ୍ଠାନ, କୋର୍ଟ, ଡାକ୍ତରଖାନାଠୁ ୧୦୦ ମିଟିର ଦୂରରେ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶ ।

 

Related Articles

Back to top button