ୱାର୍ଲଡ ଚାରିଟେବଲ ଅର୍ଗାନାଇଜେସନ୍ ତରଫରୁ ୫୫ ଜଣଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ

ଭୁବନେଶ୍ବର: ୱାର୍ଲଡ ଚାରିଟେବୁଲ ଅର୍ଗାନାଇଜେସନ, ସିମିଳିଗୁଡା ତରଫରୁ  ଓଡ଼ିଶାର କଳା, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ଚାରୁକଳା, ହସ୍ତଶିଳ୍ପ ଓ ସମାଜସେବା କ୍ଷେତ୍ରରେ ୫୫ ଜଣ ଉଦୀୟମାନ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଭୁବନେଶ୍ଵର ଜୟଦେବ ଭବନ ପରିସରରେ ଉତ୍ତରି,ମାନପତ୍ର ମେଡାଲ ଦେଇ ସମ୍ମାନିତ କରାଯାଇଛି।

ଏଭଳି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ଏବଂ ଏହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ। ଏହା ନିଶ୍ଚିନ୍ତ ଭାବରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଆଗକୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ ଉପସ୍ଥିତ ଅତିଥି। ବାସ୍ତବରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ସେବା ହିଁ ଏକ ନିଆରା ପ୍ରାୟାସ ଏବଂ ଆଗକୁ ଏଭଳି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସହରରେ କରିବା ପାଇଁ ପ୍ରୟାସ କରିବେ ବୋଲି କହିଥିଲେ ଅନୁଷ୍ଠାନର କର୍ମକର୍ତ୍ତା । ଉକ୍ତ ଅବସରରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପାୟିତ କରାଯାଇଥିଲା।

Related Articles

Back to top button