ରାମ ଜନ୍ମଭୁମୀ ଅଯୋଧ୍ୟାରେ ଦୀପୋତ୍ସବ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ଅଯୋଧ୍ୟା: ଅଯୋଧ୍ୟାରେ ଦୀପାବଳି ପୂର୍ବରୁ ଆଜି ସଂଧ୍ୟାରେ ଦୀପ ଉତ୍ସବ ଧୂମଧାମରେ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଶ୍ରରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲାଙ୍କ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପ୍ରତିକାତ୍ମକ ରାମ ସୀତାଙ୍କୁ ରାଜ୍ୟାଭିଷେକ କରାଇଥିଲେ ।
କଳାକାରଙ୍କୁ ପ୍ରଶଂସା କରିବା ସହ ଯେଉଁମାନେ ରାମଙ୍କ ଅସ୍ତିତ୍ବକୁ ଯେଉଁମାନେ ପ୍ରଶ୍ନ ଉଠାଉଥିଲେ ସେମାନେ କେଉଁଠି ବୋଲି କଟାକ୍ଷ କରିଥିଲେ । ଭାରତର ମହାନ ସଂସ୍କୃତି ଏବଂ ରାମଙ୍କ ମହିମା ଉପରେ ଅନେକ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଦୀପୋତ୍ସବରେ 17 ଲକ୍ଷ ଦୀପ ଜଳାଇ ଉତ୍ସବ ମନାଇଥିବାରୁ ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଦୀପାବଳିରେ ଶୁଭେଚ୍ଛା ଜଣାଇଥିଲେ । ରାମ କି ପେଡିଠାରେ ସରଜୁ ମାତାଙ୍କ ଆରତି କରିଥିଲେ ପ୍ରଧାନମନ୍ତ୍ରୀ ।
अयोध्या की इस पावन धरती पर मुझे भगवान श्री रामलला की पूजा-अर्चना का सौभाग्य मिला। मैंने राष्ट्र की प्रगति और समस्त देशवासियों की कुशलता की कामना की। pic.twitter.com/0cg7gz34lf
— Narendra Modi (@narendramodi) October 23, 2022
ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଭୁ ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରିଥିବେ ସେତେବେଳେ ଅଯୋଧ୍ୟାରେ କିପରି ଉତ୍ସବର ମାହୋଲ ଥିବ ଆଜିର ଉତ୍ସବରୁ ତାହା ଜଣାପଡୁଛି । ଆଜି ତ୍ରେତୟା ଯୁଗ ଭଳି ଅଯୋଧ୍ୟା ସଜାଇ ହୋଇଛି । ଦୀପାବଳିରେ ଦୀପ କେବଳ ଏକ ବସ୍ତୁ ନୁହେଁ । ଏହା ଭାରତର ଆଦର୍ଶ ମୂଲ୍ୟ ଦର୍ଶନର ନିଦର୍ଶନ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଭାରତର ମୂଳମନ୍ତ୍ର ସତ୍ୟମେବ ଜୟତେର ଉଦଘୋଷଣ ହେଉଛି ଦୀପ । ସତ୍ୟର ସଦାବେଳେ ବିଜୟ ହୋଇଥାଏ । ଦୀପ ଜ୍ୟୋତି ପରମବ୍ରହ୍ମ , ଦୀପ ଜ୍ୟାତି ଜନାର୍ଦନ ବୋଲି ମହାନ ଋଷିମାନେ କହିଯାଇଛନ୍ତି । ଆଜିର ଏହି ପାବନ ଅବସରରରେ ଲଧ୍ୟାଧିକ ଦୀପର ଆଲୋକରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଭଗବାନ ରାମ ବିଶ୍ବକୁ ଆଲୋକ ପ୍ରଦାନ କରିଛନ୍ତି ।
श्रीराम भारत के कण-कण में हैं। जन-जन के मन में हैं। https://t.co/SRljAQdh28
— Narendra Modi (@narendramodi) October 23, 2022
ଏହାପରେ ରାମାୟଣର କେତେକ ଦୃଶ୍ୟକୁ ଲେଜର ଶୋ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ସରଜୁ ଘାଟରେ ବସି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ଏହାକୁ ଦେଖିଥିଲେ ।