ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା କୋଟଗଡ଼ ଥାନା ଆଇଆଇସି

କୋଟଗଡ଼: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା କୋଟଗଡ଼ ଥାନା ଆଇଆଇସି ଧୀରଜ ଲେଙ୍କା। କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକଙ୍କ ନେତୃତ୍ୱରେ ଫୁଲବାଣୀ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ଚଢାଉ କରି ବାଲିଗୁଡ଼ା ବଜାର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଇଆଇସିଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଆଇଆଇସିଙ୍କ ଗାଡ଼ିରୁ ପୁଳା ପୁଳା ଟଙ୍କା ଜବତ ହୋଇଥିବା ଜଣାପଡିଛି। ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ଟିମ୍‌ ପଚରାଉଚରା କରିଥିଲା। ହେଲେ ସେ ସଠିକ୍‌ ତଥ୍ୟ ଦେଇପାରି ନ ଥିଲେ। ଏନେଇ ଭିଜିଲାନ୍ସ ଟିମ୍‌ ଜିଲା ଭିଜିଲାନ୍ସ ମୁଖ୍ୟ କାର୍ଯ୍ୟଳୟରେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

Related Articles

Back to top button