ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଅଯୋଧ୍ୟା ଦୀପୋତ୍ସବ

ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଦିପାବଳୀ ପୂର୍ବଦିନ ଦୀପୋତ୍ସବ ଗିନିଜ ବୁକ ଅଫ୍ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ସରଜୁ ନଦୀ ତଟରେ  ରାମ କି ପେଡି ଘାଟ ଏବଂ ଅନ୍ୟାନ୍ୟ ଘାଟରେ  ପାଖାପାଖି ୧୫ଲକ୍ଷ ଦୀପର ଆଲୋକ ଜଳାଯାଇ ଏହି ରେକର୍ଡ ହାସଲ କରାଯାଇଛି ।

ଅଯୋଧ୍ୟା ପ୍ରଶାସନ ଏହି ଘାଟରେ ଦୀପାବଳୀରେ ୧୫ଲକ୍ଷ ଦୀପ ଜଳାଇ ନୂଆ ଗିନିଜ ଓ୍ବାର୍ଲ୍ଡ ରେକର୍ଡ ବନାଇଥିବା ଯୋଗୀ ଆଦିତ୍ୟନାଥ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଗରେ ଏହି ରେକର୍ଡକୁ ଦେଖାଇ ଉତ୍ସାହିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସରଜୁ ଆରତୀ ପରେ  ପ୍ରଧାନମନ୍ତ୍ରୀ ଦୀପୋତ୍ସବରେ ସାମିଲ ହୋଇଥିଲେ ।  ରାମାୟଣର ଦୃଶ୍ୟ କୁ ଲେଜର ଶୋ ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଖି ତାଳିମାଡ କରିଥିଲେ ।

Related Articles

Back to top button