ବାତ୍ୟା ଯୋଗୁଁ ବୁଧବାର ଯାଏଁ ବନ୍ଦ ରହିବ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର: ଆସନ୍ନ ବାତ୍ୟାକୁ ନେଇ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ସହ ଅଶାନ୍ତ ରହିବାର ଆଶଙ୍କା ରହୁଛି। ଏଣୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୋପାଳପୁର ପୋଲିସ ରବିବାର ସନ୍ଧ୍ୟା ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରବେଶକୁ ବାରଣ କରାଯାଇଛି। ବେଳାଭୂମି ବନ୍ଦ ରହିବ।

ରବିବାର ଆଖପାଖ ଲୋକଙ୍କ ସମେତ ବାହାର ପର୍ଯ୍ୟଟକଙ୍କ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବେଳାଭୂମିରେ ଥିବା ଖାଦ୍ୟ ଷ୍ଟଲ୍‌ଗୁଡ଼ିକରେ ମଧ୍ୟ ଭିଡ଼ ଲାଗି ରହିଥିଲା। ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ବେଳାଭୂମିରେ ପହଞ୍ଚି ଦୋକାନ ବନ୍ଦ କରିଥିଲେ। ପର୍ଯ୍ୟଟକଙ୍କୁ ଘଉଡ଼ାଇଥିଲେ। କେତେକ ବ୍ୟବସାୟୀ ଅଚାନକ ଏହି ପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧ ପ୍ଲାଟୁନ ପୋଲିସ ଫୋର୍ସ ବେଳାଭୂମିରେ ମୁତୟନ ରହିବେ ବୋଲି ଥାନା ଅଧିକାରୀ ଖମାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

Related Articles

Back to top button