ଜଳସୀମାକୁ ନେଇ ଉଗ୍ର ରୂପ ନେଲା ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ

ନୂଆଦିଲ୍ଲୀଘନେଇଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବିବାଦ। ଜଳସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହେଉଥିବା ଦେଖିବାକୁ ମିଳିଛି। ସୀମା ଉଲ୍ଲଂଘନ ନେଇ ସୋମବାର(୨୦୨୨ଅକ୍ଟୋବର ୨୪) ଦୁଇଦେଶ ମଧ୍ୟରେ ଗୁଳି ବିନିମୟ ହୋଇଛି।ସୀମା ଉଲ୍ଲଂଘନ ଅଭିଯୋଗରେ ସୋମବାର ଦକ୍ଷିଣ କୋରିଆ, ଉତ୍ତର କୋରିଆର ଜାହାଜ ଉପରକୁ ଗୁଳିମାଡ଼ କରିଛି। ଆଉ ଜବାବରେ ଉତ୍ତର କୋରିଆର କୋରିଆନ୍ ପିପୁଲ୍ସ ଆର୍ମି ମଧ୍ୟ ଶତ୍ରୁ ପକ୍ଷକୁ ଗୁଳି ବର୍ଷାଇଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଉତ୍ତର କୋରିଆରେ ଏକ ବାଣିଜ୍ୟ ଜାହାଜ ବିବାଦୀୟ ଉତ୍ତର ସୀମିତ ରେଖା(ନର୍ଦନ ଲିମିଟ ଲାଇନ୍) ଡେଇଁ ଦକ୍ଷିଣ କୋରିଆର ଜଳ ସୀମା ଭିତରକୁ ପଶି ଆସିଥିଲା। ଏହାପରେ ଦକ୍ଷିଣ କୋରିଆ ପକ୍ଷରୁ ଜାହାଜ ଉପରକୁ ଗୁଳିମାଡ଼ କରାଯାଇଥିଲା। ଏହାପରେ ବାଣିଜ୍ୟ ଜାହାଜ ପକ୍ଷରୁ ମଧ୍ୟ ତୁରନ୍ତ ପାଲଟା ଗୁଳିମାଡ଼ ହୋଇଥିଲା ବୋଲି ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଷ୍ଟାଫ ସୂଚନା ଦେଇଛନ୍ତି।

ୟୋନହାପ ଖବର ଏଜେନ୍ସିର ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ଜବାବ ଦେଇ ଦକ୍ଷଣ କୋରିଆର ଜାହାଜ ଉପରେ ଗୁଳିମାଡ଼ କରିଥିଲା। ସେମାନେ ସୀମା ଉଲ୍ଲଂଘନ ଅଭିଯୋଗ ଲଗାଇଛନ୍ତି।

ଉତ୍ତର କୋରିଆର ଅଭିଯୋଗ ଅନୁସାରେ, ଶତ୍ରୁ ପକ୍ଷର ଜାହାଜ ସୀମା ଡେଇଁ ପଶିଆସିବା ଖବର ପରେ କେପିଏ ପକ୍ଷରୁ ଦୃଢ଼ ଜବାବ ଦେଇ ଶତ୍ରୁ ଆର୍ମୀକୁ ଘଉଡ଼ାଇଥିଲେ। ଏକାଧିକ ରକେଟ୍ ଲଞ୍ଚରୁ ଗୁଳି ୧୦ ଗୁଳି ମାଡ଼ କରାଯାଇଥିଲା ବୋଲ ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି।

ଆମେରିକାର ଉପରାଷ୍ଟ୍ରପତି କମଲା ହେରିସ୍ ଦକ୍ଷଣ କୋରିଆରେ ସିଓଲ ଗସ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଉତ୍ତର କୋରିଆ ବିବାଦୀୟ ସୀମାକୁ ଲାଗି ଗୋଟିଏ ପରେ ଗୋଟିଏ ପରମାଣୁ ଅସ୍ତ୍ରର ପରୀକ୍ଷଣ କରି ଚାଲିଛି।

Related Articles

Back to top button