ଧନତେରସ ଅବସରରେ ରେକର୍ଡ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଧନତେରସରେ ରେକର୍ଡ ବ୍ୟବସାୟ। ଦେଶରେ ଶନିବାର ଏବଂ ରବିବାର ଧନତେରସ ଅବସରରେ ରେକର୍ଡ ବ୍ୟବସାୟ ହୋଇଛି। ଏହି ଦୁଇ ଦିନରେ ପ୍ରାୟ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଯେଉଁଥିରେ ଅଳଙ୍କାର ବ୍ୟବସାୟରେ ପ୍ରାୟ ୨୫ ହଜାର କୋଟି ପାଖାପାଖି ରହିଛି। ଅନ୍ୟ ୨୦ ହଜାର କୋଟିର ବ୍ୟବସାୟ ଅଟୋମୋବାଇଲ, କମ୍ପ୍ୟୁଟର ଏବଂ କମ୍ପ୍ୟୁଟର ସାମଗ୍ରୀ, ଫର୍ଣ୍ଣିଚର, ଘର ଏବଂ କାର୍ଯ୍ୟାଳୟ ସାଜସଜ୍ଜା ସାମଗ୍ରୀ, ମିଠା ଏବଂ ସ୍ନାକ୍ସ, ରୋଷେଇ ସାମଗ୍ରୀ, ବାସନ, ଇଲେକ୍ଟ୍ରାନିକ୍ସ, ମୋବାଇଲରେ ହୋଇଛି।

ଫଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ସି ଭରତିଆ ଏବଂ ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି ଯେ ଦୁଇ ଦିନରେ ବଜାରରେ ଦେଖିବାକୁ ମିଳିଥିବା ଭିଡ଼ ଏବଂ ସାମଗ୍ରୀ କିଣିବାର ଉତ୍ସୁକତାର ଆକଳନରୁ ଜଣାପଡ଼ୁଛି ଯେ ଦୁଇ ବର୍ଷ ଧରି କରୋନା କାରଣରୁ ବଜାରରୁ ଦୂରରେ ରହିଥିବା ଗ୍ରାହକ ଏବେ ପୁଣି ଥରେ ଫେରୁଛନ୍ତି। ଏହାକୁ ନେଇ ସିଏଆଇଟି ଅନୁମାନ କରୁଛି ଯେ ଚଳିତ ବର୍ଷ ଦୀପାବଳିରେ ବିକ୍ରି ୧ ଲକ୍ଷ ୫୦ ହଜାର କୋଟି ପାର୍ କରିବ ଦେଶରେ। ଏହା ସହ ବିଶ୍ବ ବଜାରରେ ଭାରତୀୟ ବସ୍ତୁକୁ ପ୍ରାଧାନ୍ୟ ଦିଆଯାଉଛି। ଯାହା କାରଣରୁ ଚୀନକୁ ଚଳିତ ବର୍ଷ ଦୀପାବଳି ସହ ଜଡ଼ିତ ସାମଗ୍ରୀରୁ ଚୀନକୁ ୭୫ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହେବ।

କେଟର ସହଯୋଗୀ ସଂଗଠନ ଅଲ ଇଣ୍ଡିଆ ଜ୍ବେଲର୍ସ ଏବ ଗୋଲ୍ଡସ୍ମିଥ୍ ଫେଡେରେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଙ୍କଜ ଅରୋଡା କହିଛନ୍ତି ଯେ, ଭାରତୀୟ ସ୍ବର୍ଣ୍ଣ ଉଦ୍ୟୋଗ କରୋନା ସଙ୍କଟରୁ ବାହାରିସାରିଛି ଏବଂ ଭାରତରେ ସୁନାର ଚାହିଦା ସର୍ବୋଚ୍ଚ ସ୍ତରରେ ରହିଛି। ସେ କହିଛନ୍ତି ଯେ ୨୦୨୧ ତୁଳନାରେ ୨୦୨୨ ରେ ଭାରତରେ ସ୍ବର୍ଣ୍ଣ ଆମଦାନୀ ପ୍ରାୟ ୧୧.୭୨ ପ୍ରତିଶତ ହ୍ରାସ ହୋଇଛି। ଗତ ବର୍ଷ ଯେଉଁଠାରେ ଭାରତରେ ପ୍ରଥମ ଛଅମାସରେ ୩୪୬.୭୮ ଟନ୍ ସୁନା ଆମଦାନୀ କରାଯାଇଥିଲା। ଯାହାକି ଏବେ ୩୦୮.୭୮ ଟନ୍ ରହିଛି।

Related Articles

Back to top button