ଗୋପୀନାଥପୁର ରେଳଷ୍ଟେସନରୁ ଟାଟାକୁ ଲମ୍ବିବ ରେଳ ଲାଇନ

ନୀଳଗିରି: ଦୀପାବଳିରେ ନୀଳଗିରି ଓ ମୟୁରଭଞ୍ଜ ପାଇଁ ଶୁଭ ଖବର । ଖୁବଶୀଘ୍ର ନୀଳଗିରି ଗୋପୀନାଥପୁରରେ ନବନିର୍ମାଣ ହେଉଥିବା ରେଳଷ୍ଟେସନରୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦାରୁ ଉଦଳା-ଖୁଣ୍ଟା-ବାରିପଦା ଦେଇ ଝାଡଖଣ୍ଡ ପ୍ରଦେଶ ଟାଟାକୁ ରେଳ ଲାଇନ ସଂପ୍ରସାରଣ ହେବ । ଏନେଇ ଭାରତ ସରକାରଙ୍କ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ ଗୋପୀନାଥପୁର ଅଞ୍ଚଳକୁ ପେସେଞ୍ଜର ଟ୍ରେନ ଚଳାଚଳ ନେଇ ବହୁଦିନରୁ ଦାବି ହୋଇ ଆସୁଥିଲା । ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସ୍ୱପ୍ନକୁ ପୂରଣ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଏହି ରେଳଷ୍ଟେସନ କାର୍ଯ୍ୟ ନିର୍ମାଣ ଚାଲୁ ଥିବାବେଳେ ଖୁବଶୀଘ୍ର ପାସେଞ୍ଜର ଟ୍ରେନ ଏହି ଅଞ୍ଚଳକୁ ଗଡିବ ।

ଏହିଠାରୁ କେନ୍ଦୁଝର,ଭୁବନେଶ୍ବର,ରାଇରଙ୍ଗପୁର,ଟାଟା ଅଞ୍ଚଳକୁ ରେଲଲାଇନ ସମ୍ପ୍ରସାରଣ ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦାବି ମଧ୍ୟ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୭.୮.୨୨ ରିଖରେ ନୀଳଗିରି ଗୋପୀନାଥପୁର ଠାରୁ କପ୍ତିପଦା, ଉଦଳା, ଖୁଣ୍ଟା, ବାରିପଦା ଦେଇ ଟାଟାକୁ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବିପତ୍ର ଲେଖିଥିଲେ ।

ଗତ ୨୦ ତାରିଖରେ ଶ୍ରୀ ପ୍ରଧାନଙ୍କ ଚିଠିର ଉତ୍ତରରେ ଶୁଭେଛା ଜଣାଇବା ସହ ନୂତନ ରେଳଲାଇନ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ।ଖୁବଶୀଘ୍ର ସର୍ଭେ ଆରମ୍ଭ ହୋଇ କାର୍ଯ୍ୟ ଆରମ୍ବ ହେବ ବୋଲି ଵିଶେଷ ସୂତ୍ରରୁ ସୂଚନା ମିଳିଛି । ଏହି ରେଳ ଲାଇନ ସଂଯୋଗ ହେଲେ ଦୁଇଟି ଜିଲ୍ଲାର ହଜାର ହଜାର ଗାଁ ଉପକୃତ ହେବା ସହ ସହଜରେ ଅଳ୍ପ ଖର୍ଚ୍ଚରେ ବହୁ ସ୍ଥାନ ଯାତ୍ରା କରିପାରିବେ ବୋଲି ଜଣାପଡିଛି । ଏଭଳି ସୂଚନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Related Articles

Back to top button