ଖୋଲିବ ବ୍ଲାକମେଲର ଅର୍ଚ୍ଚନାଙ୍କ ଗୁମର: ବେଆଇନ ଆର୍ଥିକ କାରବାରର ତଦନ୍ତ କରିବ ଇଡି

ଭୁବନେଶ୍ୱର: ବ୍ଲାକମେଲର ଦମ୍ପତ୍ତି ଅର୍ଚ୍ଚନା ନାଗ୍‌ ଓ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣା । ବେଆଇନ ଆର୍ଥିକ କାରବାର ନେଇ ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଏ ସମ୍ପର୍କରେ ଇଡି ପକ୍ଷରୁ ସୂଚନା ମିଳିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନେଆଇନ ଆର୍ଥିକ କାରାବରର ହେବ ଖୋଳତାଡ଼ । ଏନେଇ ପକ୍ରିୟା ଆରମ୍ଭ କରିଛି ଇଡି ।

ଖୁବ ଶୀଘ୍ର କମିଶନରେଟ ପୋଲିସ ପାଖରୁ ତଥ୍ୟ ନେବ ଇଡି । ସ୍ୱାମୀ ଓ ସ୍ତ୍ରୀଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ କରିବ ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ଆସିଛି ନେତା ମନ୍ତ୍ରୀ ଓ ବଡବଡ଼ିଆଙ୍କ ଠାରୁ ଟଙ୍କା । କିଏ କାହିଁକି ଓ କେତେ ଟଙ୍କା ଦେଇଛି ତାହାର ତଦନ୍ତ କରିବ ଇଡି । ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି ।

ସେପଟେ ଜଗବନ୍ଧୁଙ୍କ ଗିରଫ ହେବା ପରେ କୁଆଡେ ତାଙ୍କ ସହଯୋଗୀ ଖଗେଶ୍ବର ସେନେଇ ଖୋଳତାଡ ଚାଲିଛି । ଅର୍ଚ୍ଚନାଙ୍କ କଳା କାରନାମା ସାମ୍ରାଜ୍ୟରେ ସ୍ୱାମୀ ଜଗବନ୍ଧୁ ଏବଂ ସହଯୋଗୀ ଖଗେଶ୍ୱରଙ୍କ ସମ୍ପୃକ୍ତି ନେଇ ଠୋସ୍ ପ୍ରମାଣ ପାଇଥିଲା ପୋଲିସ । ହନିଟ୍ରାପ୍‌ରେ ଫସାଇ ହାଇ ପ୍ରୋଫାଇଲ ଲୋକଙ୍କୁ ବ୍ଲାକମେଲ୍ କରିବା ସହ ପୀଡ଼ିତାଙ୍କୁ ଡରାଇବା, ଦାଦାବଟି ଆଦାୟ ଆଦି ଭଳି କାମ କରୁଥିଲେ । ତେବେ ଅର୍ଚ୍ଚନାଙ୍କ ପରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ହେଲେ ଏବେବି ସହଯୋଗୀ ଖଗେଶ୍ବରଙ୍କ ଟେର୍ ପାଉନି ପୋଲିସ ।

ସେପଟେ ସତ ପଦାକୁ ଆଣିବା ପାଇଁ ପୋଲିସ୍ ଉଭୟଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିବାକୁ ଯୋଜନା କରିଛି । ଏନେଇ କୋର୍ଟରେ ଆବେଦନ କରିବା ପାଇଁ ସଜବାଜ ହୋଇଛି ଖଣ୍ଡଗିରି ଥାନା ପୋଲିସ୍ । ପୂର୍ବରୁ ଗିରଫଦାରି ସମୟରେ ଉଭୟଙ୍କୁ ପଚରାଉଚରା ହୋଇଥିଲେ ମଧ୍ୟ କେହି କିଛି କହି ନଥିବାରୁ ମିଛ ଧରା ମେସିନରେ ଟେଷ୍ଟ କରିବା ପାଇଁ ପୋଲିସ୍ ଯୋଜନା କରିଛି । ଗତକାଲି ଝାରପଡା ଜେଲରେ ପରସ୍ପରଙ୍କୁ ଭେଟିଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ । ପ୍ରାୟ ୧୫ ମିନିଟ୍ ଧରି ଉଭୟ କଥାବର୍ତ୍ତା ହୋଇଥିଲେ ।

Related Articles

Back to top button