କୋହଲିଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶଂସା କଲେ ମୋଦି
ମେଲବୋର୍ନ: ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ୨୦୨୨ରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଦଳ ପାକିସ୍ତାନଠାରୁ ଗତ ବିଶ୍ୱକପ୍ର ପରାଜୟର ପ୍ରତିଶୋଧ ନେବା ସହ ଦେଶକୁ ଦୀପାବଳିର ଉପହାର ମଧ୍ୟ ଦେଇଛି। ଏହାକୁ ନେଇ ଚାରିଆଡୁ ଦଳକୁ ପ୍ରଶଂସାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The India team bags a well fought victory! Congratulations for an outstanding performance today. A special mention to @imVkohli for a spectacular innings in which he demonstrated remarkable tenacity. Best wishes for the games ahead.
— Narendra Modi (@narendramodi) October 23, 2022
କୋହଲିଙ୍କ ଐତିହାସିକ ଇନିଂସକୁ ନେଇ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ଭାରତୀୟ ଟିମ୍ ଉଲ୍ଲେଖନୀୟ ବିଜୟ ହାସଲ କରିଲା। ଭଲ ପ୍ରଦର୍ଶନ ଲାଗି ଦଳକୁ ଶୁଭେଚ୍ଛା। କୋହଲି ବହୁତ ସୁନ୍ଦର ଖେଳିଲେ। ଆସନ୍ତା ମ୍ୟାଚ୍ ଲାଗି ସମସ୍ତଙ୍କୁ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି।
ସୂଚନାଯୋଗ୍ୟ , କୋହଲି ନିଜର ବ୍ୟାଟିଂ ଯୋଗେ ଆଇସିସି ଅନ୍ତର୍ଜାତୀୟ ମ୍ୟାଚ୍ରେ ୫୦ୟରୁ ଅଧିକ ରନ୍ କରିବା ମାମଲାରେ ମହାନ ବ୍ୟାଟ୍ମମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ନିଜ କ୍ୟାରିୟରରେ ଏଭଳି ୨୩ ଟି ଇନିଂସ ଖେଳିଥିବା ବେଳେ କୋହଲି ଗୋଟିଏ ପାଦ ଆଗକୁ ଯାଇ ୨୪ ଥର ଏପରି କରିଛନ୍ତି। ଏହାକୁ ଟି୨୦ ଫର୍ମାଟର ସବୁଠାରୁ ସ୍ମରଣୀୟ ଇନିଂସ ବୋଲି କୋହଲି କହିଛନ୍ତି।