ଦିଲ୍ଲୀ-ଲକ୍ଷ୍ନୌ ସମେତ ଅନ୍ୟ ସହରରେ ମହାଜାଗତିକ ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଆରମ୍ଭ ହୋଇଛି। ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ। ଏହାତ ମହାଜାଗତିକ ଦୃଶ୍ୟ ଭାରତ ସମେତ ବିଶ୍ୱର ବହୁ ଦେଶରେ ଦେଖାଯାଇଛି।

ଭାରତରେ ଏହି ସୂର୍ଯ୍ୟପରାଗ କେବଳ ଏକ ଘଣ୍ଟା ୪୫ ମିନିଟ ପାଇଁ ଦେଖାଯାଇଛି। ଏହା ଦେଶର ନୂଆଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ସୁରଟ, ପୁଣେ, ଜୟପୁର, ଇନ୍ଦୋର, ଥାଣେ, ଭୋପାଳ, ଲୁଧିଆନା, ଆଗ୍ରା, ଚଣ୍ଡିଗଡ଼, ଉଜ୍ଜୟନୀ, ମଥୁରା, ପୋରବନ୍ଦର, ଗାନ୍ଧିନଗର, ସିଲଭାସା, ସୁରଟ, ପାନଜୀରେ ଦେଖିବାକୁ ମିଳିଛି। ଏହା ସହିତ ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଲକ୍ଷ୍ନୌ, କାନପୁର, ନାଗପୁର, ବିଶାଖାପଟ୍ଟନମ, ପାଟନା, ମାଙ୍ଗାଲୁରୁ, କୋଏମ୍ବାଟୁର, ଓଟି, ବାରାଣାସୀ ଏବଂ ଥିରୁବନନ୍ତପୁରମ ଆଦିଠାରେ ଏହି ମହାଜାଗତିକ ଦୃଶ୍ୟ ଏକ ଘଣ୍ଟାରୁ କମ ସମୟ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଛି।

Related Articles

Back to top button