ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି

ନୂଆଦିଲ୍ଲୀ:  ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ଯାଇ ସାରା ଦେଶରେ ବାଣ ଫୁଟାଇବା ପରେ ସକାଳେ ବାୟୁମଣ୍ଡଳ ରୁନ୍ଧି ହୋଇଯାଇଛି। ରାତି ୧୨ଟା ସମୟରେ ଦିଲ୍ଲୀର(AQI) ୩୨୩ ରେକର୍ଡ କରାଯାଇଥିଲା। ସମାନ ସମୟରେ, ୟୁପିର ନୋଏଡାର ଅବସ୍ଥା ଅଧିକ ଖରାପ ଥିଲା। ଯେଉଁଠାରେ (AQI) ୩୪୨ ରେକର୍ଡ କରାଯାଇଥିଲା। ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରର ସବୁଠାରୁ ଖରାପ ପରିସ୍ଥିତି ଥିଲା। ଯେଉଁଠାରେ (AQI)୩୬୫ରେ ପହଞ୍ଚିଛି। ଯାହା ଅତ୍ୟନ୍ତ ଖରାପ ବର୍ଗରେ ରହିଛି।

ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗ ରହିଛି ବୋଲି ରେକର୍ଡ କରାଯାଇଛି। କିନ୍ତୁ ପାଣିପାଗର ପରିବର୍ତ୍ତନ ପ୍ରଦୂଷଣକୁ ବାୟୁମଣ୍ଡଳରେ ଶୀଘ୍ର ଜମାଟ ହେବାକୁ ରୋକି ଦେଇଥିଲା । ପୂର୍ବ ବର୍ଷ ତୁଳନାରେ ସ୍ଥିତି ଭଲ ରହିଛି।

ରାଜଧାନୀରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ମଙ୍ଗଳବାର ସକାଳ ୭ ଟାରେ ୩୨୬ ରହିଛି। ଏନସିଆର ପାଖରେ ଥିବା ଗାଜିଆବାଦରେ ୨୮୫, ନୋଏଡା ୩୨୦, ଗ୍ରେଟର ନୋଏଡା ୨୯୪, ଗୁରୁଗାଁଓ ୩୧୫ ଏବଂ ଫରିଦାବାଦ ୩୧୦ ରହିଛି । ଯାହାକି ‘ଖରାପ’ ଏବଂ ‘ଅତ୍ୟନ୍ତ ଖରାପ’ରେ ରହିଛି।

ଉଲ୍ଲେଖଯୋଗ୍ୟ, ଶୂନରୁ ୫୦ ମଧ୍ୟରେ (AQI) କୁ ‘ଭଲ’, ୫୧ ଏବଂ ୧୦୦ ‘ସନ୍ତୋଷଜନକ’, ୧୦୧ ଏବଂ ୨୦୦ ‘ମଧ୍ୟମ’, ୨୦୧ ଏବଂ ୩୦୦ ‘ଖରାପ’, ୩୦୧ ଏବଂ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ ଏବଂ ୫୦୦ ରୁ ଅଧିକ ଖରାପ (AQI) ଭାବରେ ବିବେଚନା କରାଯାଏ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଗତ ବର୍ଷ ଦିପାବଳୀରେ ୩୮୨ (AQI), ୨୦୨୦ ରେ ୪୧୪, ୨୦୧୯ ରେ ୩୩୭, ୨୦୧୭ ରେ ୩୧୯ ଏବଂ ୨୦୧୬ ରେ ୪୩୧ ରେକର୍ଡ କରିଛି। ଦିଲ୍ଲୀରେ ରବିବାର ସନ୍ଧ୍ୟାରେ ୨୫୯ର ୨୪ ଘଣ୍ଟା ହାରାହାରି (AQI) ରେକର୍ଡ କରିଛି। ଯାହା ଦୀପାବଳି ପୂର୍ବର ସାତ ବର୍ଷ ମଧ୍ୟରେ ସର୍ବନିମ୍ନ।

Related Articles

Back to top button