ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ଏଲିଜାବେଥ ଜୋନ୍ସ

ନୂଆଦିଲ୍ଲୀ: ଆମେରିକା ନୂଆଦିଲ୍ଲୀସ୍ଥିତ ଦୂତାବାସରେ ରାଜଦୂତ ଏଲିଜବେଥ ଜୋନ୍ସଙ୍କୁ ନିଯୁକ୍ତ କରିଛି। ତାଙ୍କୁ ଅନ୍ତରୀଣ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଆମେରିକା ବୈଦେଶିକ ମନ୍ତ୍ରାଳୟ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ରାଜଦୂତ ଏଲିଜାବେଥ ଜୋନ୍ସ ଅନ୍ତରୀଣ ପ୍ରଭାରୀ ଭାବେ ଯୋଗଦେବା ନିମନ୍ତେ ଖୁବ୍ ଶୀଘ୍ର ଭାରତ ଯାତ୍ରା କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ନିକଟରେ ସେ ଆଫଗାନିସ୍ତାନରୁ ଆମେରିକା ଫେରିଥିଲେ। ସେ ଆଫଗାନିସ୍ତାନରେ ରିହାବିଲେସନ ଇଫୋର୍ଟସ କନଭେନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଜୋନ୍ସ ଇୟୁରୋପ ଓ ଇୟୁରେସିଆ ଲାଗି ସହାୟକ ବିଦେଶ ସଚିବ ଅବସ୍ଥାପିତ ଥିବା ବେଳେ କାଜିକସ୍ତାନରେ ରାଜଦୂତ ଭାବେ କାର୍ଯ୍ୟ କରିଛନ୍ତି। ପ୍ରେସ ବିଜ୍ଞପ୍ତି ଅନୁସାରେ ଜୋନ୍ସ କ୍ୟାରିୟର ଆମ୍ବାସେଡର ଭାବେ ସର୍ବୋଚ୍ଚ ବିଦେଶ ସେବା ରେଙ୍କର ଅଧିକାରୀ।

ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଜୋନ୍ସ ଉଭୟ ଦେଶଙ୍କ ସରକାର ଓ ଲୋକଙ୍କ ମଧ୍ୟରେ ଭାଗିଦାରୀକୁ ଆହୁରି ବିସ୍ତାର ଦେବା ପାଇଁ କାର୍ଯ୍ୟ କରିବେ। ଏଣୁ ତାଙ୍କୁ ଆମେରିକା ଦୂତାବାସ ଓ ବାଣିଜ୍ୟ ଦୂତାବାସଙ୍କ ଇଣ୍ଟର-ଏଜେନ୍ସୀ ଟିମ୍‌ରେ ସାମିଲ କରାଯାଇଛି।

Related Articles

Back to top button