କୌଣସି ପ୍ରମାଣ ବିନା ସ୍ୱାମୀଙ୍କ ମାନହାନୀ କରିବା ଏବଂ ମଦୁଆ କହିବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ । ଏହା ସ୍ମାମୀଙ୍କ ମାନହାନୀ ସହ ନିଷ୍ଠୁରତା ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ  । ଏକ ମାମଲାର ବିଚାର କରି  ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦୁଆ କହି ଗାଳି କରନ୍ତି ବା ତାଙ୍କୁ ଚରିତ୍ରହୀନ ବୋଲି ସନ୍ଦେହ କରି ମାନହାନୀ କାର୍ଯ୍ୟ କରନ୍ତି ତେବେ କୋର୍ଟରେ ଏହା  ନିଷ୍ଠୁରତା ବୋଲି ଧରାଯିବ ।

ମାମଲା ମୁତାବକ ଜଣେ ମହିଳା ତାଙ୍କର ସ୍ବାମୀଙ୍କୁ ଯିଏ କି  ସେନା ଅଧିକାରୀ ଥିଲେ ତାଙ୍କ ନାମରେ ମଦୁଆ ଏବଂ ଚରିତ୍ରହୀନ ଅଭିଯୋଗ ଲଗାଇ ଛାଡପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ । ବିନା ପ୍ରମାଣରେ ସ୍ମାମୀଙ୍କ ଉପରେ ଏପରି ଅଭିଯୋଗକୁ ପରିବାର ଅଦାଲତ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ତାଙ୍କ  ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳା ଜଣକ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଏବଂ ଚରିତ୍ରହୀନ, ଯେଉଁଥିପାଇଁ ତାଙ୍କୁ ବୈବାହିକ ଜୀବନର ମୈାଳିକ ଅଧିକାର ମଧ୍ୟ ମିଳିନଥିଲା। ଏହାକୁ ନେଇ ତାଙ୍କ ସ୍ମାମୀଙ୍କ ଓକିଲ କହିଥିଲେ ଯେ ମହିଳା ଜଣକ କୌଣସି ପ୍ରମାଣ ବିନା ତାଙ୍କ ସ୍ୱାମୀଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରିଛନ୍ତି ଏବଂ ସମାଜରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି  । ଯାହାକୁ ପରିବାର  ଅଦାଲତ ମଧ୍ୟ ମାନିଥିଲେ ।

Related Articles

Back to top button