ଭୁବନେଶ୍ୱର ଆକାଶରେ ଦୃଶ୍ୟମାନ ହେଲା ସୂର୍ଯ୍ୟପରାଗ

ଭୁବନେଶ୍ୱର: ରାଜଧାନୀ ଆକାଶରେ ସୂର୍ଯ୍ୟପରାଗ । ମହାଜାଗତିକ ଦୃଶ୍ୟ ଦେଖିଲେ ରାଜଧାନୀବାସୀ । ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେଲା ସୂର୍ଯ୍ୟପରାଗ । ଅପରାହ୍ନ ୪ଟା ୫୮ ପରେ ଏହା ସ୍ପଷ୍ଟ ପ୍ରତ୍ୟୟମାନ ହୋଇଛି । ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖୁଛନ୍ତି । ସେହିଭଳି ପ୍ଲାନେଟୋରିୟମରେ ମଧ୍ୟ ଲୋକଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି । ଏହି ସମୟରେ ସୂର୍ଯ୍ୟଙ୍କ ମାତ୍ର ୧୫ ପ୍ରତିଶକୁ ଢାଙ୍କି ହୋଇ ରହିଥିଲା ଚନ୍ଦ୍ର ।

ଓଡିଶାରେ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିଥିବା ବେଳେ ସନ୍ଧ୍ୟା ୬ଟା ୨୬ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ତେବେ ସୂର୍ଯ୍ୟପରାଗରେ ପାକ ନିଷେଧ ନିୟମ ରହିଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ହେତୁବାଦୀ । ଆଜି ଦିନ ଭୋର ୪ଟା ୫୭ ମିନିଟରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ ହୋଇଥିଲା ।

Related Articles

Back to top button