ଏଫଆଇଏଚ ହକି ପ୍ରୋ ଲିଗ୍‌ ୨୦୨୨-୨୩ ପାଇଁ ଭାରତୀୟ ଦଳ ଘୋଷଣା, ଦଳରେ ୨ ଓଡ଼ିଆ ଖେଳାଳି ସାମିଲ

ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋ ଲିଗ୍‌ ୨୦୨୨-୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ହକି ଇଣ୍ଡିଆ ୨୨ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ହରମନପ୍ରୀତ ଅଧିନାୟକ ଥିବା ବେଳେ ମନଦୀପ ଉପଅଧିନାୟକ ରହିଛନ୍ତି । ୨୨ ଜଣିଆ ଦଳରେ ଦୁଇ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି । ଦୁଇ ଓଡ଼ିଆ ଖେଳାଳି ହେଉଛନ୍ତି ଅମିତ ରୋହିଦାସ ଏବଂ ନିଲମ ସଂଜୀବ ଖେସ । ଭାରତ ଅକ୍ଟୋବର ୨୮ ତାରିଖରେ ନ୍ୟୁଜଲାଣ୍ଡ ଏବଂ ଅକ୍ଟୋବର ୩୦ ତାରିଖରେ ସ୍ପେନ ବିପକ୍ଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ ମ୍ୟାଚ । ଏହି ମ୍ୟାଚ ଖେଳିବାକୁ ସମସ୍ତ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।

Related Articles

Back to top button