ଉପଭୋକ୍ତାଙ୍କୁ ଆଶ୍ଵସ୍ତି: ଅନଲାଇନରେ ସପିଂ ପେଡ୍ ରେଟିଙ୍ଗ୍ସ ବିରୋଧରେ ସରକାର ଉଠାଇବେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ସଂପ୍ରତି ଲୋକେ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ମଗାଇ ପାରିବେ ବା ସପିଂ କରିହେଉଛି। ଅନେକ ସମୟରେ କୌଣସି ଜିନିଷ କିଣିବା ପୂର୍ବରୁ ଗ୍ରାହକ ଏହାର ବିଭିନ୍ନ ଦିଗକୁ ଦେଖି କିଣିଥାନ୍ତି। ବିଶେଷ କରି ଗ୍ରାହକ ଉତ୍ପାଦର ରେଟିଂ ଉପରେ ଗୁରୁତ୍ଵାରୋପ କରିଥାନ୍ତି। ଅନେକ ସମୟରେ ଗ୍ରାହକ ରେଟିଂ ଦେଖି ଜିନିଷ କିଣିଥାନ୍ତି। କିନ୍ତୁ ଅନେକ ସମୟରେ ଭ୍ରମାତ୍ମକ ରେଟିଂ ଗ୍ରାହକଙ୍କୁ ଅସୁବିଧାରେ ପକାଇଥାଏ।

ଏବେ ଅନଲାଇନ ସପିଂ କରୁଥିବା ଉପଭୋକ୍ତାଙ୍କ ପାଇଁ ଭଲ ଖବର। ଖୁବ୍ ଶୀଘ୍ର ଓ୍ବେବସାଇଟରେ ଦେଖାଯାଉଥିବା ପେଡ୍ ରେଟିଂରୁ ଆଶ୍ବସ୍ତି ମିଳିପାରେ। ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ) ରିଓ୍ଵାର୍ଡ ରେଟିଂକୁ ପ୍ରକୃତ ରେଟିଂ ଠାରୁ ଅଲଗା ରଖିବାକୁ ପ୍ରସ୍ତାବ ରଖିଛି। ପ୍ରସ୍ତାବରେ ବିଆଇଏସର କହିବା ଅନୁଯାୟୀ ଏଣିକି ଓ୍ବେବସାଇଟ୍ କୌଣସି ପ୍ରୋଡକ୍ଟର ହାରାହାରି ରେଟିଂରେ ସେହି ରିଭ୍ୟୁକୁ ସାମିଲ କରିପାରିବେନି ଯାହା ରିଓ୍ବାର୍ଡ୍ସ ଦେଇ ପ୍ରାପ୍ତ କରିଥିବେ। ଏହି ପେଡ୍ ରେଟିଂକୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯିବ ଏବଂ ଏହା ଉପରେ ସ୍ବତନ୍ତ୍ର ଚିହ୍ନ ରହିବ। ଯାହା ଦ୍ବାରା ସାଧାରଣ ଗ୍ରାହକଙ୍କ ରିଭ୍ୟୁ ଏବଂ ପେଡ୍ ରେଟିଂ ମଧ୍ୟରେ ଫରକ ଜଣାପଡ଼ିବ। ଯଦି ଏହି ପ୍ରସ୍ତାବ ଉପରେ ମୋହର ଲାଗୁଛି ତେବେ ଉପଭୋକ୍ତାଙ୍କୁ ବେଶ୍ ଆଶ୍ବସ୍ତି ମିଳିବ।

ସୂଚନାଯୋଗ୍ୟ, କୌଣସି କମ୍ପାନି ଏକ ନୂଆ ପ୍ରଡକ୍ଟର ମାର୍କେଟିଂ  ପାଇଁ କିଛି ଲୋକଙ୍କୁ ଏକ ସୀମିତ ସମୟ ସମୟରେ ସେହି ଉତ୍ପାଦକୁ ବ୍ୟବହାର କରିବାକୁ ଦେଇଥାଏ। ପରେ ଏହା ବଦଳରେ ରିଭ୍ୟୁ ନେଇଥାଏ ଏବଂ ତାହାକୁ ରିଓ୍ବାର୍ଡ କୁହାଯାଏ। ରିଓ୍ବାର୍ଡ କ୍ୟାସ, କୌଣସି ଉତ୍ପାଦ କିମ୍ବା ପ୍ରାଇଜ୍ ହୋଇପାରେ। ଆଉ ପ୍ରସ୍ତାବରେ ଏହି ପେଡ୍ ରିଭ୍ୟୁକୁ ଅଲଗା ଦେଖାଇବାକୁ କୁହାଯାଇଛି।

Related Articles

Back to top button