ଭୁବନେଶ୍ବରରେ ମାତିଲେ ସାଇବର ଠକ: ବିଭିନ୍ନ ଲୋଭନୀୟ ଅଫର ଓ ସ୍କିମ ଦେଖାଇ ୨୫ ଦିନରେ ଲୁଟିଲେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ବର: ପୁଣି ମାତିଲେ ସାଇବର ଠକ, ପୂଜା ମଉକାରେ ଚଉକା ମାରିଲେ ସାଇବର ଅପରାଧି । ଚଳୁ କରି ନେଲେ ଲକ୍ଷ ଲକ୍ଷ ଟଙ୍କା । ପୂଜା ସମୟରେ ବିଭିନ୍ନ ଲୋଭନୀୟ ଅଫର ଓ ସ୍କିମ ଦେଖାଇ ୨୫ ଦିନରେ ଲୁଟିଲେ ୫୦ ଲକ୍ଷ ଟଙ୍କା। ଏନେଇ ସାଇବର ଅପରାଧ ଶାଖାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଏବେ ଏହି ଚାଞ୍ଚଲ୍ୟ କର ତଥ୍ୟା ସାମ୍ନାକୁ ଆସିଛି । ଅକ୍ଟୋବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ବା ୨୫ ଦିନ ମଧ୍ୟରେ ୫୦ ଲକ୍ଷର ସାଇବର ଠକେଇ ହୋଇଛି ।

ଅନଲାଇନରେ ୟୁପିଆଇ, ଡେବିଟ କାର୍ଡ, କ୍ରେଡିଟ କାର୍ଡ , ଆଇଏମପିଏସ ଓ ଆରଟିଜିଏସ ଜରିଆରେ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଲୁଟୁ ନେଇଛନ୍ତି ଅଦୃଶ୍ୟ ଅପରାଧି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏମାନେ ପ୍ରଥମେ ଏକ ଲିଙ୍କ ପଠାଇ ସେହି ଲିଙ୍କକୁ ପୂଜା ସମୟରେ ଅଫର ଜିତିଥିବା କହୁଥିଲେ । ଏହାପରେ ଲକି ଡ୍ର ନେବା ପାଇଁ ବିଭନ୍ନ ଆଳ ଦେଖାଇ ସ୍କିମ ମାଧ୍ୟମରେ କିଛି ଜିନିଷକୁ ଅଳ୍ପ ମୂଲ୍ୟରେ କିଣିବା ପାଇଁ କହୁଥିଲେ । ନଚେତ କିଛି ଇନଭେଷ୍ଟମେଣ୍ଟ ବା ୫ଜି ସେବା ପାଇବା ପାଇଁ ବିଭିନ୍ନ ଆଳ ଦେଖାଇ ଟଙ୍କା ଲୁଟ କରୁଥିଲେ । ଲୁଟର ଶିକାର ହେବାପରେ ଅନେକ ଲୋକ ସାଇବର ସେଲରେ ଅଭିଯୋଗ କରିଥିଲେ । ତେବେ ୨୫ ଦିନରେ କେତେ ଜଣ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ସେନେଇ ସଠିକ ତଥ୍ୟ ହସ୍ତଗତ ହୋଇନାହିଁ ।

କିଛି ଦିନ ତଳେ କଟକର ଜଣେ ଯୁବତୀ ସାଇବର ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଥିଲେ । ଇନଷ୍ଟାଗ୍ରାମ ମାଧ୍ୟମରେ ସାଇବର ଠକ ସହ କଥା ହୋଇ ୮ଟି ପର୍ଯ୍ୟାୟରେ ଦେଇଥିଲେ ୭ ଲକ୍ଷ ୯୫ ହଜାର ଟଙ୍କା । ସାଇବର ଠକାମିର ଶିକାର ହୋଇଥିବା ଜାଣିପାରି ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର କ୍ରାଇମ। ସାଇବର ଠକମାନେ ବିଭିନ୍ନ ପ୍ରକାର ଜାଲ ବିଛାଇ ଲୋକମାନଙ୍କୁ ଠକୁଥିବା ଦେଖିବାକୁ ମିଳୁଛି। ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି, ଏହା ସତ୍ବେ ମଧ୍ୟ ସାଇବର ଠକାମିର ଶିକାର ହେଉଛନ୍ତି ଲୋକେ ।

 

Related Articles

Back to top button