ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ
ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ।
ଗିଲିଏନ କିଗନଙ୍କୁ ହାଉସ ଅଫ କମନସ୍ ନେତା ଭାବେ ଦାୟିତ୍ବ ମିଳିଛି, ପେନି ମୋର୍ଡଟ ଶିକ୍ଷା ମନ୍ତ୍ରୀଭାବେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ସୂନକ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ପୂର୍ବ ମନ୍ତ୍ରୀମାନଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି । ଜନସନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅନେକ ନେତା ତାଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି । ସେପରି ଟ୍ରସଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ସେ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ।
Braverman, Mordaunt, Keegan become the female faces of Sunak's cabinet
Read @ANI Story | https://t.co/dkoQriB5UH#RishiSunak #UK #Cabinet #SuellaBraverman #PennyMordaunt #GillianKeegan pic.twitter.com/8RFUCuhhfk
— ANI Digital (@ani_digital) October 25, 2022
ମନ୍ତ୍ରୀମଣ୍ଡଳ ଗଠନ ପରେ ସୁନକ କହିଛନ୍ତି ସେ ବ୍ରିଟେନ ପାଇଁ ରାତିଦିନ ଏକ କରି କାମ କରିବେ । ଦେଶର ଅର୍ଥନୀତିକୁ ପୁଣି ପୂର୍ବବସ୍ଥାକୁ ଫେରାଇ ଆଣିବା ତାଙ୍କ ପ୍ରଥମ କାମ ହେବ ବୋଲି ସୁନକ କହିଛନ୍ତି ।