ମିସ୍‌ ୟୁନିଭର୍ସ ପିଜାଣ୍ଟ ଅର୍ଗାନାଇଜେସନକୁ ୨୦ ନିୟୁତ ଡଲାର ବିନିମୟରେ କ୍ରୟ କଲେ ଏନୀ ଜକାପୋଙ୍ଗ

ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡର ସେଲିବ୍ରିଟି ମିଡିଆ ଟାଇକୁନ ତଥା ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ଲାଗି ଲଢୁଥିବା ଏନୀ ଜକାପୋଙ୍ଗ ଜକରାଜୁଟାଟିପ୍‌ ମିସ୍‌ ୟୁନିଭର୍ସ ପିଜାଣ୍ଟ ଅର୍ଗାନାଇଜେସନକୁ ୨୦ ନିୟୁତ ଡଲାର ବିନିମୟରେ କ୍ରୟ କରିନେଇଛନ୍ତି। ଜକାପୋଙ୍ଗଙ୍କ ମିଡିଆ କମ୍ପାନୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏନୀ ଜକାପୋଙ୍ଗ ଜେକେଏନ ଗ୍ଲୋବାଲ ଗ୍ରୁପ ପିସିଏଲ( ଜେକେଏନ୍)ର ସିଇଓ ସବୁଠୁ ବଡ ସେୟାରଧାରୀ।

ରିଏଲିଟି ସୋ ‘ପ୍ରୋଜେକ୍ଟ ରନୱେ’ ଓ ଶାର୍କ ଟ୍ୟାଙ୍କର ସ୍ଥାନୀୟ ଇପିସୋଡରେ କାମ କରିଥିବା ମିଡିଆ ସେଲିବ୍ରିଟି ଜକାପୋଙ୍ଗ ଜଣେ ଟ୍ରାନ୍ସଜେଣ୍ଡର ମହିଳା ରୂପେ ବେଶ୍ ମୁଖର। ଟ୍ରାନ୍ସଜେଣ୍ଡର  ଲୋକଙ୍କ ଲାଗି ଅଧିକାର ଓ ଅବସରର ଓକିଲାତି କରୁଥିବା ଜକାପୋଙ୍ଗ ଟ୍ରାନ୍ସଜେଣ୍ଡରଙ୍କ ଲାଗି ‘ଲାଇଫ ଇନସ୍ପାୟାର୍ଡ ଫର ଥାଇଲ୍ୟାଣ୍ଡ ଫାଉଣ୍ଡେସନ’ର ସ୍ଥାପନା ମଧ୍ୟ କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଏନୀ ଜକାପୋଙ୍ଗ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ କ୍ରୟ କରିବା ପରେ ବେଶ୍ ଉତ୍ସାହିତ ଅଛନ୍ତି। ସେ ଏହି କ୍ରୟକୁ ତାଙ୍କ ପୋର୍ଟଫୋଲିଓରେ ଏକ ମଜଭୁତ ଓ ରଣନୈତିକ ସଂଯୋଗ ଭାବେ ବର୍ଣ୍ଣନା କରିଛନ୍ତି।

Related Articles

Back to top button