ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ପୂର୍ବରୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତୁଙ୍କ ଆଶ୍ୱସ୍ତି ମିଳିଥିଲା । ତେବେ ଏହି ମାମଲାରେ ଆଉ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବତନ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ମିଳିଛି ଆଶ୍ୱସ୍ତି ।

ପୂର୍ବତନ ଆଇଏଏସ ଅଫିସର ବିନୋଦ କୁମାର ଓଆରଏଚଡିସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଏହି ମାମଲାରେ ବିନୋଦଙ୍କୁ ମଧ୍ୟ ମିଳିଛି ଆଶ୍ୱସ୍ତି । ବିନୋଦଙ୍କ ଅପିଲକୁ ଗ୍ରହଣ କରାଯିବା ସହ ଜାମିନ ପ୍ରଦାନ କରାଯାଇଛି । ଏଥିସହିତ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ମଧ୍ୟ ରହିତାଦେଶ ଲାଗୁ ହୋଇଛି । ଜାମିନର ସର୍ତ୍ତ ନିମ୍ନ ଅଦାଲତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିନୋଦ ।

ସୂଚନାଯୋଗ୍ୟ ଯେ, ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲଡର୍ସର ଏମଡି ମୋକିମ, ପୂର୍ବତନ ଆଇଏଏସ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି, ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଥିଲା । ସମସ୍ତଙ୍କ ଉପରେ ୫୦ ଟଙ୍କା ଲେଖାଏଁ ଜରିମାନା ଲାଗୁ ହୋଇଥିଲା । ଜରିମାନା ଅନାଦେୟ ସେମାନେ ଅଧିକ ୬ ମାସ ଜେଲରେ ରହିବେ ବୋଲି କୁହାଯାଇଥିଲା । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଥିଲେ ।

Related Articles

Back to top button