ଗୋଟିଏ ହାତରେ ଏକାସାଙ୍ଗରେ ୧୫ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କିଲେ ଯୁବତୀ

ନୂଆଦିଲ୍ଲୀ: କୁହାଯାଏ ସମସ୍ତଙ୍କ ପାଖରେ କିଛି ନା’ କିଛି ବିଶେଷ କଳା ରହିଛି। ଏହି କଳା ଆମକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ଅନେକ ନିଜର ସ୍ୱତନ୍ତ୍ର କଳାପାଇଁ ସୁଖ୍ୟାତି ଅର୍ଜନ କରିଥାନ୍ତି। ଅନେକ ସମୟରେ ନିଜର କଳା ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥାନ୍ତି। ଏବେ ଏହିଭଳି ଜଣେ ଯୁବତୀଙ୍କ କାହାଣୀ ସାମ୍ନାକୁ ଆସିଛି। ଯିଏକି ନିଜ କଳା ପାଇଁ ଆଜି ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ଏମିତିକି ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କ କଳାକୌଶଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଶେୟାର କରିଛନ୍ତି ।

ଏଥିରେ ଜଣେ ଯୁବତୀ ନିଜର ଅନନ୍ୟ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ନିଶ୍ଚୟ ତାଙ୍କର ପ୍ରଶଂସା କରିବାକୁ ବାଧ୍ୟ ହେବେ। କାରଣ ଯୁବତୀ ଜଣକ ଏକା ସାଙ୍ଗରେ ୧୫ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କିଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ଏବଂ ଗୋଟିଏ ହାତରେ। ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଉଛି ଯେ କିପରି ଯୁବତୀ ଜଣକ କିଛି କାଠିକୁ ବାନ୍ଧି ସେଥିରେ ପେନ୍ ଲଗାଉଛନ୍ତି। ଏହାପରେ ଏକ କାନଭାସରେ ସେ ୧୫ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କୁଛନ୍ତି।  ଏହି ଭିଡିଓକୁ ଶେୟାର କରିବା ସହ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଯୁବତୀଙ୍କ ଭୁରି ଭୁରି ପ୍ରଶଂସା କରି ଏହା କିପରି ସମ୍ଭବ ବୋଲି ସେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଛନ୍ତି।  ସେ କହିଛନ୍ତି ଯେ ପିଲାଟି ଖୁବ୍ ଦକ୍ଷ। କିନ୍ତୁ ୧୫ ଟି ଚିତ୍ରର ଫଟୋ ଆଙ୍କିବା ତାହା ପୁଣି ଗୋଟିଏ ସମୟରେ ଯାହା ପ୍ରକୃତରେ ଚମତ୍କାରଠାରୁ କମ୍ ନୁହେଁ । ଯୁବତୀଙ୍କ କଳାରେ ଶିଳ୍ପପତି ଏତେ ମୋହିତ ହୋଇଯାଇଛନ୍ତି ଯେ ସେ ତାଙ୍କୁ ସ୍କଲାରସିପ୍ ଦେବାକୁ ଘୋଷଣା କରିଛନ୍ତି। ଭିଡିଓ ଟ୍ୱିଟ୍ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ଚିତ୍ର ଆଙ୍କିବା ଦକ୍ଷତାକୁ ପ୍ରଶଂସା କରୁଛନ୍ତି ୟୁଜର।

Related Articles

Back to top button