ହ୍ୱାଟ୍ସଆପ ଗ୍ରୁପରେ ମେସେଜ କିମ୍ବା ରିପ୍ଲାଏ କରୁଥିବା ବ୍ୟକ୍ତିଙ୍କ ଫଟୋ ଅନ୍ୟ ସଦସ୍ୟଙ୍କୁ ଦେଖାଯିବ

ନୂଆଦିଲ୍ଳୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ।

ଏବେ ହ୍ୱାଟ୍ସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି। ଯେଉଁଥିରେ ଗ୍ରୁପ ଚାଟ୍ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ବର୍ତ୍ତମାନ ଏହି ଫିଚର ବିଟା ଟେଷ୍ଟିଂ ମୋଡରେ ରହିଛି। ଏହା ସଫଳ ହେଲେ ଲାଗୁ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ହ୍ୱାଟ୍ସଆପରେ ଗ୍ରୁପ୍ ଚାଟ କଲେ ଗ୍ରୁପ ସଦସ୍ୟଙ୍କର ନମ୍ବର କିମ୍ବା ସେଭ୍ ଥିବା ନାଁ ଦେଖାଯାଏ। ହେଲେ ଏବେ ଚାଟ୍ ସହ ଗ୍ରୁପ ସଦସ୍ୟଙ୍କର ଫଟୋ ବି ଦେଖାଯିବ। ଅର୍ଥାତ୍ ଗ୍ରୁପରେ ମେସେଜ କରିବା କିମ୍ବା ରିପ୍ଲାଏ କରୁଥିବା ବ୍ୟକ୍ତିଙ୍କ ଫଟୋ ମଧ୍ୟ ଅନ୍ୟ ସଦସ୍ୟମାନଙ୍କୁ ଦେଖାଯିବ। ଏହାଦ୍ୱାରା ଆପଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନିପାରିବେ।

ଅନେକ ସମୟରେ ସମାନ ନାମ ଥିବା ବ୍ୟକ୍ତିଙ୍କୁ ଚିହ୍ନିବାରେ ଦ୍ୱଦ୍ୱ ଉପୁଜିଥାଏ। କିନ୍ତୁ ଏହି ଅପଡେଟ୍ ପରେ ଗ୍ରୁପର ସଦସ୍ୟଙ୍କ ମେସେଜ୍ ସହ ତାଙ୍କୁ ଚିହ୍ନିବି ପାରିବେ।

Related Articles

Back to top button