ବାରବାଟୀ ଷ୍ଟାଡିୟମ୍‌ରେ ଷ୍ଟେଟ୍ ବାସ୍କେଟବଲ୍‌ ଚାମ୍ପିଆନ୍ସିପ୍ ଆରମ୍ଭ

କଟକ: ବାସ୍କେଟବଲ ଗେମ୍‌କୁ ନେଇ ରାଜ୍ୟରେ ନୂତନ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ପ୍ରଥମଥର ପାଇଁ ଷ୍ଟେଟ ଜୁନିଅର ଚାମ୍ପିଅନ ସିପରେ ୪୦ ରୁ ଉର୍ଦ୍ଧ ଟିମ ଯୋଗ ଦେବା ପରେ ଏହା ଏକ ସ୍ପଷ୍ଟ ସଂକେତ ଦେଉଛି ।

ବାରବାଟୀ ଷ୍ଟାଡିୟମର ବାସ୍କେଟ ବଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଏହି ଷ୍ଟେଟ ଚାମ୍ପିଅନ ସିପ୍‌ । ପ୍ରାୟ ୨ ବର୍ଷର ବ୍ୟବଧାନରେ ଏଭଳି ଏକ ଷ୍ଟେଟ ଲେବଲ ଚାମ୍ପିଅନସିପ ଦେଖିବାକୁ ମିଳିଛି ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାସ୍କେଟ ବଲ ଗ୍ରାଉଣ୍ଡରେ । ଯେଉଁଠି ଏକତ୍ରିତ ହୋଇଛନ୍ତି ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଖେଳାଳି । ଏବେ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି ।

ଆଗକୁ ଅଧିକରୁ ଅଧିକ ମ୍ୟାଚ ଖେଳିବା ସହ ନ୍ୟାସନାଲ ଲେବଲ ପର୍ଯ୍ୟନ୍ତ ପହଞ୍ଚିବାଲାଗି ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ ହେଉଛି । ବାଳକ ବର୍ଗରେ ୨୭ ଏବଂ ବାଳିକା ବର୍ଗରେ ୧୪ଟି ଟିମ ସାମିଲ ହୋଇଛନ୍ତି । ଯାହା ମଧ୍ୟରୁ ଶ୍ରେଷ୍ଠ ଖେଳାଳି ଚୟନ କରାଯିବ । ୧୪ ତାରିଖରୁ କୋଲକତାରେ ହେବାକୁ ଥିବା ଇଷ୍ଟ ଜୋନ ଚାମ୍ପିୟାନସିପ ରେ ଟିମ ସାମିଲ ହେବ ।

Related Articles

Back to top button