ଗୁଜୁରାଟ ଓ ଉତ୍ତରାଖଣ୍ଡରେ ଲାଗୁ ହୋଇପାରେ ୟୁନିଫର୍ମ ସିଭିଲ୍ କୋଡ

ନୂଆଦିଲ୍ଲୀ: ଗୁଜୁରାଟ ଓ ଉତ୍ତରାଖଣ୍ଡରେ ଲାଗୁ ହୋଇପାରେ ୟୁନିଫର୍ମ ସିଭିଲ କୋର୍ଡ ନିୟମ ବା ଏକକ ନାଗରିକ ସଂହିତା। ଏନେଇ ଦୁଇ ରାଜ୍ୟ କମିଟି ଗଠନ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ଉତ୍ତରାଖଣ୍ଡ କମିଟି ଗଠନ କରିସାରିଥିବା ବେଳେ ଆଜି ଗୁଜୁରାଟ କ୍ୟାବିନେଟ୍ କମିଟି ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।
ଉତ୍ତରାଖଣ୍ଡ ଭଳି ଗୁଜୁରାଟରେ ମଧ୍ୟ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ହେବ। ଏହି କମିଟି ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାରେ ସମସ୍ତ ହାନିଲାଭ ଓ ଧାର୍ମିକ ଭାବନାର ମୂଲ୍ୟାୟନ କରି ରିପୋର୍ଟ ଦେବ ବୋଲି ଗୁଜୁରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।

ଏନେଇ ଆଜି ଦିନ ୩ଟାରେ ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସିଂଘବୀ ସାମ୍ବାଦିକ ସମ୍ମଳିନୀ କରିଥିଲେ। ୟୁସିସି ଲାଗୁ କରିବା ପାଇଁ କମିଟି ଗଠନକୁ ଗୁଜୁରାଟ କ୍ୟାବିନେଟ ଅନୁମତି ଦେଇଛି ବୋଲି ଶ୍ରୀ ସିଂଘବୀ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗୁଜୁରାଟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି ଯେ ଶନିବାର ହୋଇଥିବା କ୍ୟାବିନେଟ୍ ବୈଠକରେ କମିଟି ଗଠନ ନେଇ ପ୍ରସ୍ତାବ ପାରିତ ହୋଇଛି। ଜଣେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏହି କିମିଟି ଗଠନ ହେବ। ଏଥିରେ ୩-୪ ସଦସ୍ୟ ରହିବେ। ଗଠନ ହୋଇଥିବା କମିଟି ସବୁ ଦିଗକୁ ମୂଲ୍ୟାୟନ କରି ରିପୋର୍ଟ ଦେବା ପରେ ସରକାର ୟୁସିସି ନିୟମ ଲାଗୁ କରିବେ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଜୁଲାଇ ମାସରେ ୟୁସିସି ଲାଗୁ କରିବା ନେଇ ସ୍ପଷ୍ଟୀକରଣ ଦେଇଥିଲେ କେନ୍ଦ୍ର ସରକାର। ୟୁସିସି ଲାଗୁ କରିବାକୁ କମିଟି ଗଠନ କଥା ଚିନ୍ତା କରାଯାଇ ନାହିଁ। ଏହି ମାମଲାରେ ବିଚାର କରି ପରାମର୍ଶ ଦେବାକୁ ଲ’ କମିଶନଙ୍କୁ କୁହାଯାଇଛି ବୋଲି କେନ୍ଦ୍ର ସରକାର କହିଥିଲେ।

ଅନ୍ୟପଟେ ସେହି ଜୁଲାଇ ମାସ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବାକୁ କମିଟି ଗଠନ କରାଯାଇଥିଲା। ଏଥିପାଇଁ ପ୍ରଥମେ ୪ ଜୁଲାଇ ୪ ତାରିଖରେ ଦିଲ୍ଲୀରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଉତ୍ତରାଖଣ୍ଡରେ ୟୁସିସି ପାଇଁ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏଥିପାଇଁ ଅବସରପ୍ରାପ୍ତ ବିଚାରପତି ରଞ୍ଜନ ଦେଶାଇଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ କରାଯାଇଛି।

ସମ୍ବିଧାନର ଧାରା ୪୪ ଅଧିନରେ ଆସିଥାଏ ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା। ଏହାଦ୍ୱାରା ଗୋଟିଏ ବ୍ୟକ୍ତିଗତ ନିୟମ ଗଠନ ହେବ। ଯାହା ଦେଶର ସବୁ ନାଗରିକଙ୍କ ପାଇଁ ସମାନ ଭାବରେ ଲାଗୁ ହେବ। ଜାତିଗତ ଓ ଧର୍ମଗତ ବିଭେଦ ସତ୍ତ୍ୱେ ୟୁସିସି ବ୍ୟକ୍ତିଗତ ମାମଲା ଯଥା ବିବାହ, ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ, ପୈତୃକ ସମ୍ପତ୍ତି ନିୟମ ଓ ଉତ୍ତରାଧିକାରୀ ଆଦିରେ ଗୋଟିଏ ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବ।

Related Articles

Back to top button