ବୌଦ୍ଧ ସହରର ବିଭିନ୍ନ କ୍ଲିନିକ୍‌ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ, ୩ ବେଆଇନ୍‌ କ୍ଲିନିକ୍ ସିଲ୍

ବୌଦ୍ଧ: ବୌଦ୍ଧ ସହରର ବିଭିନ୍ନ କ୍ଲିନିକ୍ ଉପରେ ଜିଲ୍ଲା ପ୍ରଶାସନ ଅତର୍କିତ ଚଢ଼ାଉ କିରିଛି । ବିନା ଲାଇସେନ୍ସରେ କ୍ଲିନିକ୍ ଚାଲୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ତିନୋଟି କ୍ଲିନିକକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ମେଡିକାଲ ପାଖ ନଟରାଜ ପାଥୋ କ୍ଲିନିକ୍, ରାଜନପାଲିର ସାଇ ଦାନ୍ତ କ୍ଲିନିକ୍ ଏବଂ ପ୍ରଧାନ ହେଲ୍ଥ୍‌ କେୟାରକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।

ସୂଚନା ଅନୁଯାୟୀ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପଜିଲ୍ଲାପାଳ ସନତ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ସହର ମଧ୍ୟରେ ଥିବା ବେଆଇନ କ୍ଲିନିକ୍ ଗୁଡ଼ିକ ଉପରେ ଚଢ଼ାଉ କରିଥିଲେ । ତିନୋଟି କ୍ଲିନିକ ଉପରେ ଚଢ଼ାଉ କରିଥିବା ବେଳେ ତାଙ୍କ ପାଖରେ ଲାଇସେନ୍ସ ନଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନଥିଲା । ସେହି ଆଧାରରେ କ୍ଲିନିକ୍ ଗୁଡ଼ିକୁ ସିଲ୍ କରିଥିବା ବେଳେ ଆଗାମୀ ଦିନରେ ଏମିତି ଚଢ଼ାଉ ଜରି ରହିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related Articles

Back to top button