ଧାମନଗର ଉପନିର୍ବାଚନ ପାଇଁ ଗାଡି ନଦେବାରୁ ୧୪ ଗାଡି ମାଲିକଙ୍କୁ ପରିବହନ ବିଭାଗର ନୋଟିସ୍
ଭଦ୍ରକ: ଉପନିର୍ବାଚନ ପାଇଁ ଗାଡି ନିୟୋଜିତ କଲେ ନାହିଁ । ୧୪ ଗାଡି ମାଲିକଙ୍କୁ କାରଣଦର୍ଶାଅ ନୋଟିସ । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏମିତି ନୋଟିସ ଜାରି ହୋଇଛି ।
ସୂଚନାଯୋଗ୍ୟ ଯେ ଧାମନଗର ଉପନିର୍ବାଚନ ସୁପରିଚାଳନା ପାଇଁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗାଡି ଗୁଡିକୁ ନିୟୋଜିତ ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ୧୪ ଟି ଗାଡି ନିର୍ଦ୍ଧାରିତ ସମୟରେ ସହଯୋଗ କରିନଥିଲେ । ୧୪ଟି ଗାଡିର ଅସହଯୋଗ ପରେ ଆଞ୍ଚଳିକ ପରିବହନ ବିଭାଗ ୧୪ ଗାଡି ମାଲିକଙ୍କୁ ଅସହଯୋଗ ପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।