ବନ୍ଦାଳ ଟୋଲ ଗେଟ ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା, ୧୨ ଯାତ୍ରୀ ଆହତ

ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ବନ୍ଦାଳ ଟୋଲ ଗେଟ ନିକଟରେ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ବସ୍‌ଟି ଦୁର୍ଘଟଣା ଘଟିଥିଲା । ଡବ୍ଲୁ ବି ୫୧ ଏ ୪୨୦୯ ଏହି ନଂ ବିଶିଷ୍ଟ ଭଲୋବୋ ବସଟି କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା । ଟୋଲ ଗେଟ୍‌ ନିକଟରେ ବ୍ରେକ ଫେଲ ହୋଇଯିବାରୁ ଗେଟ୍‌ ଲାଇନର ଡିଭାଡରରେ ପିଟିହୋଇଥିଲା । ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଚାଳକ ସହ ୧୧ ଜଣ ଆହତ ହୋଇଥିଲେ ।

ତୁରନ୍ତ ରାଜପଥ କର୍ମଚାରୀ ଓ ରାଜପଥ ପୋଲିସ ପହିଁଚି ବସ୍‌ ଭିତରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ସହ ଉଦ୍ଧାର କରିଥିଲେ । ଆହାତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲ୍ ପଠାଯାଇଥିବା ଜଣାପଡ଼ିଛି । ତେବେ ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ରାଜପଥ କର୍ମଚାରୀ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି। ପରେ ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ ଯୋଗେ ପଠାଯାଇଥିବା ଦେଖିବାକୁ ମିଳିଛି।

Related Articles

Back to top button