ବାଦଲଫଟା ବର୍ଷା ଯୋଗୁ ମାଟି ଅତଡ଼ା ଖସି ଦକ୍ଷିଣ ଫିଲିପିନ୍ସରେ ୭୨ ଜଣଙ୍କର ମୃତ୍ୟୁ

ମାନିଲା: ବାଦଲଫଟା ବର୍ଷା ଯୋଗୁ ମାଟି ଅତଡ଼ା ଖସି ଦକ୍ଷିଣ ଫିଲିପିନ୍ସରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୪ ଜଣ ନିଖୋଜ ଅଛନ୍ତି। ଅଧିକାଂଶ ଲୋକ ବନ୍ୟାପାଣିରେ ଭାସିଯାଇ ମାଟି ଅତଡ଼ା ତଳେ ଚାପି ହୋଇଯାଇଛନ୍ତି। ମାଗୁଇଣ୍ଡାନାଓ ଅଞ୍ଚଳର ୩ ସହର ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ଏହାର ଇଣ୍ଟରିୟର ମନ୍ତ୍ରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଶନିବାର ଏକ ଘୂର୍ଣ୍ଣଝଡ଼ ପୂର୍ବ କାଟାଣ୍ଡୁଆନେସରେ ଲ୍ୟାଣ୍ଡଫଲ୍ କରିବା ପରେ ସ୍ଥିତି ଏଭଳି ହୋଇଛି। ଘୂର୍ଣ୍ଣଝଡ଼ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୯୬ କିମି ରହିଥିଲା। ଏହାର ଘଣ୍ଟାପ୍ରତି ଗଷ୍ଟ ସ୍ପିଡ୍ ୧୬୦ କିମି ଥିଲା। ଏହି ଘଟଣା ପରେ ଅଲ ସିଆଣ୍ଟସ ଡେ(ଚର୍ଚ୍ଚର ସନ୍ଥଙ୍କୁ ସମ୍ମାନ ଜଣାଇ ପାଳନ ହେଉଥିବା ଦିନ)ରେ ସମୁଦ୍ରକୂଳିଆ ଅଞ୍ଚଳକୁ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି।

Related Articles

Back to top button