ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ କଙ୍ଗନା ରାଣାୱତ

ନୂଆଦିଲ୍ଲୀ: ସବୁବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଶେଷରେ ତାଙ୍କର ଅନ୍ତର୍ନିହିତ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଏବେ ରାଜନୀତି କରିବେ। ନିର୍ବାଚନ ଲଢ଼ିବେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ସେ ଇଚ୍ଛୁକ ବୋଲି ରାଣାୱତ ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି କଙ୍ଗନା।

ରାଜନୀତିରେ ଯୋଗ ଦେବା ନେଇ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି କଙ୍ଗନା। ଯଦି ସେ ନିର୍ବାଚନ ଲଢିବେ ତେବେ ହିମାଚଳ ପ୍ରଦେଶର ମଣ୍ଡିରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ଲୋକ ଚାହାନ୍ତି ଓ ବିଜେପି ଟିକେଟ୍ ଦିଏ ତେବେ ମୁଁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଙ୍ଗନା। ଏହି କାର୍ଯ୍ୟକ୍ରମରେ ଉପସ୍ଥାପକ କଙ୍ଗନାଙ୍କୁ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ କରିଥିଲେ। ଜବାବରେ କଙ୍ଗନା କହିଥିଲେ ” ଯେଉଁଭଳି ପରିସ୍ଥିତି ହେବ। ଯେମିତି ସରକାର ଚାହିଁବେ, ମୁଁ ମୋର ସମସ୍ତ ସହଯୋଗ କରିବାକୁ ଚେଷ୍ଟା କରିବି। ଯଦି ହିମାଚଳ ଲୋକ ମୋତେ ସିଟ୍ ସେବାର ସୁଯୋଗ ତେବେ ଏହା ମୋ ପାଇଁ ସୈଭାଗ୍ୟର କଥା ହେବ।”

ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁଥିବା କଙ୍ଗନା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାପୁରୁଷ। ଏଭଳି ମହାପୁରୁଷ ଇତିହାସରେ ଖୁବ୍ ଜନ୍ମନିଅନ୍ତି ବୋଲି କଙ୍ଗନା କହିଛନ୍ତି। ମୋଦୀଙ୍କ ପ୍ରଶଂସା କରିବା ସହିତ ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି  “ରାହୁଲ ଜୀ ତାଙ୍କ ସ୍ତରରେ ଚେଷ୍ଟା କରୁଛନ୍ତି। କିନ୍ତୁ ମୋଦୀ ଜୀଙ୍କ ପାଇଁ ଦୁଃଖର କଥା ହେଲା ରାହୁଲ ଜୀ ତାଙ୍କର ବିରୋଧୀ। ଆଉ ରାହୁଲଙ୍କ ପାଇଁ ଦୁଃଖର କଥା ହେଲା ଯେ ମୋଦୀ ଜୀ ତାଙ୍କ ବିରୋଧୀ। ରାହୁଲ ଗାନ୍ଧୀଙ୍କ ପାଇଁ ମୋଦୀଙ୍କୁ ସଫଳତା ମିଳୁଛି। କାରଣ ମୋଦୀ ଜୀ ଜାଣିଛନ୍ତି ଯେ ତାଙ୍କର କୌଣସି ବିରୋଧୀ ନାହାନ୍ତି।”

ଏହାପରେ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି କଙ୍ଗନା ରାଣାୱତ। କେଜରିୱାଲ୍ ମୋଦୀଙ୍କ ବିରୋଧୀ ହୋଇ ଉଭା ହେଉଛନ୍ତି। ପଞ୍ଜାବ ଓ ଦିଲ୍ଲୀରେ ଟକ୍କର ଦେଲେ। ଗୁଜୁରାଟରେ ଓ ହିମାଚଳରେ ଟକ୍କର ଦେବାକୁ ବାହାରିଛନ୍ତି। ତେଣୁ କେଜରିୱାଲଙ୍କ ରାଜନୀତିକୁ ଆପଣ କେମିତି ଦେଖୁଛନ୍ତି ବୋଲି କଙ୍ଗନାଙ୍କୁ ପ୍ରଶ୍ନ କରିଥିଲେ ଆଙ୍କର।

ଉତ୍ତର ଦେଇ କଙ୍ଗନା କହିଥିଲେ ଯେ ହିମାଚଳର ଲୋକେ କେଜରିୱାଲଙ୍କ ପାଲରେ ପଡ଼ିବେ ନାହିଁ। କାରଣ ସେଠାକାର ଲୋକେ ନିଜେ ବିଜୁଳି ଉତ୍ପାଦନ କରୁଛନ୍ତି। ସେମାନଙ୍କ ପାଖରେ ନିଜସ୍ୱ ସୋଲାର ପ୍ଲାଣ୍ଟ ଅଛି। ସେଠାକାର ଲୋକଙ୍କର ଏକତା ରହିଛି। ସେଠାକାର ମହିଳମାନେ ବି ନିଜେ ସବୁ ଉତ୍ପାଦନ କରୁଛନ୍ତି। ସେମାନଙ୍କୁ ମାଗଣାର ଲୋଭ ଦେଖାଇପାରିବେ ନାହିଁ। ତେଣୁ କେଜରିୱାଲଙ୍କ ଚାଲ୍ ସେଠି ଚାଲିବ ନାହିଁ ବୋଲି କଙ୍ଗନା କହିଛନ୍ତି।

ସୂଚନା ଥାଉକି, ଅଭିନେତ୍ରୀ କଙ୍ଗନାଙ୍କୁ ପରବର୍ତ୍ତି ଫିଲ୍ମ ଏମାର୍ଜେନ୍ସିର ଦେଖିବାକୁ ମିଳିବ। ୧୯୭୫ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଜରୁରୀ କାଳୀନ ସ୍ଥିତିର କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଛି। ଏଥିରେ ଅନୁପନ ଖେର, ସତିଶ କୌସିକ, ଶ୍ରେୟଶ ତଲପଡ଼େ, ଏବଂ ମିଲିନ୍ଦ ସୋମନ ଆଦି ଅଭିନୟ କରିଛନ୍ତି।

Related Articles

Back to top button